୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ: ରାଉରକେଲାର ବିଭିନ୍ନ ବିଦ୍ୟାଳୟରେ ଫଳାଫଳ ଉତ୍ସାହଜନକ

1 min read
Spread the love

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ରହିଛି ୯୬.୪ ପ୍ରତିଶତ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏ ବର୍ଷ ପରୀକ୍ଷାଫଳ ଭଲ ହୋଇଛି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀମାନଙ୍କର ପାସ୍ ହାର ଅଧିକ ରହିଛି। ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ ବିଦ୍ୟାଳୟର ଫଳଫଳ ଉତ୍ସାହଜନକ ରହିଛି। ସହରର ଅନ୍ୟତମ ଉତ୍କୃଷ୍ଟ ବିଦ୍ୟାଳୟଭାବେ ପରିଚିତ ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ଶତ ପ୍ରତିଶତ ଫଳଫଳ ହାସଲ କରିଛି। ଏହି ବିଦ୍ୟାଳୟରେ ମୋଟ ୧୬୦ଜଣ ବିଦ୍ୟର୍ଥୀଙ୍କ ମଧ୍ୟରୁ ଏ-୧ ବର୍ଗରେ ୧୮ଜଣ ,ଏ-୨  ବର୍ଗରେ ୬୬ଜଣ , ବି-୧ ବର୍ଗରେ ୪୯ଜଣ ଓ ବି-୨ ବର୍ଗରେ ୨୦ଜଣ , ସି ବର୍ଗରେ ୬ ଜଣ ଓ ଡି ବର୍ଗରେ ଜଣେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବିଦ୍ୟାଳୟର ବିନ୍ଦୁସ୍ମିତା ପତି ୫୭୬ ନମ୍ବର ରଖି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ସେହିଭଳି ସେକ୍ଟର-୧୮ ଦିପୀକା ଇସ୍ପାତ ଶିକ୍ଷା ସଦନରେ ମୋଟ ପରୀକ୍ଷା ଦେଇଥିବା ୪୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ଫଳାଫଳ ପାଇଛନ୍ତି। ଏହି ବିଦ୍ୟାଳୟରେ ଏ-୧ ବର୍ଗରେ ଜଣେ , ବି-୧ ବର୍ଗରେ ୫ ଜଣ ଓ ବି-୨ ବର୍ଗରେ ୧୭ଜଣ , ସି ବର୍ଗରେ ୧୯ ଜଣ ଓ ଡି ବର୍ଗରେ ୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି। ସେହିଭଳି ସହରର ଅନ୍ୟାନ୍ୟ ବିଦ୍ୟାଳୟ ଯଥା ସେକ୍ତର-୩ ସ୍ଥିତ ବାଜି ରାଉତ ଶିକ୍ଷାନିକେତନ, ସେକ୍ତର-୭ସ୍ଥିତ ଚିନ୍ମୟ ବିଦ୍ୟାଳୟ ଆଦିରେ ମଧ୍ୟ ଆଶାନୁରୂପକ ଫଳଫଳ ମିଳିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷାଇଥିବା ମୋଟ ୨୩୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୩୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ-୧ ବର୍ଗରେ ଜଣେ, ଏ-୨  ବର୍ଗରେ ୨ ଜଣ , ବି-୧ ବର୍ଗରେ ୧୬ ଜଣ ଓ ବି-୨ ବର୍ଗରେ ୪୩ଜଣ , ସି ବର୍ଗରେ ୩୬ ଜଣ, ଓ ଡି ବର୍ଗରେ ୭୧ ଜଣ ଓ ଇ ବର୍ଗରେ ୩୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!