ସମାଜସେବୀ ମୁକ୍ତିକାନ୍ତଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗକୁ ନେଇ ନୂଆ ଦିଲ୍ଲୀକୁ ପଦଯାତ୍ରା ଆରମ୍ଭ
1 min read
ଗତ କିଛି ବର୍ଷ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ପଦଯାତ୍ରା କରିବା କାର୍ଯ୍ୟକ୍ତମକୁ ନେଇ ରାଉରକେଲା ସହରର ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଚର୍ଚ୍ଚାରେ ରହିଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ଦିନ ଏକ ସୁସଜ୍ଜିତ ରଥକୁ ଧରି ଶ୍ରୀ ବିଶ୍ୱାଳ ନୂଆ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ରାଜ୍ୟର ଉପେକ୍ଷିତ ସହୀଦମାନଙ୍କୁ ଆବଶ୍ୟକ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହିତ ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ଆଦି ଦାବିକୁ ନେଇ ଶ୍ରୀ ବିଶ୍ୱାଳ ଆରମ୍ଭ କରିଥିବା ଏହି ପଦଯାତ୍ରା ପ୍ରାୟ ୩ମାସ ଧରି ୧୫ଶହ କିଲୋମିଟର ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି।

ମୋଟ ୪ଟି ଦାବିକୁ ନେଇ ପଦଯାତ୍ରା ଆରମ୍ଭ କରିଥିବା ମୁକ୍ତିକାନ୍ତ ନିଜର ଦାବି ହାସଲ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି। ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।