ସ୍ମାର୍ଟ ସିଟି ରାଉରକେଲାରେ ଅଣଆୟତ୍ତ ବୁଲା ଗାଇଗୋରୁ : କର୍ତ୍ତୃପକ୍ଷ ନୀରବ

1 min read
Spread the love

ରାଉରକେଲା ସହରକୁ ମହାନଗର ନିଗମ ଘୋଷଣାକୁ ଇତି ମଧ୍ୟରେ ୯ବର୍ଷ ଓ ସ୍ମାର୍ଟ ସିଟି ଘୋଷଣାକୁ ୭ ବର୍ଷ ହୋଇସାରିଛି। ଏହାରି ମଧ୍ୟରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଓ ମହାନଗର ନିଗମ କର୍ତ୍ତୃପକ୍ଷ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିନ୍ତୁ ଏତେସବୁ ସତ୍ତ୍ୱେ ଅନେକ ବର୍ଷ ଧରି ସହରର ବୁଲା ଗାଇଗୋରୁମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ନା ନିଆଯାଇଥିବା ପଦକ୍ଷେପ କାର୍ଯ୍ୟ କରୁନାହିଁ। ଏହା ଫଳରେ ସହରର ବିଭିନ୍ନ ରାସ୍ତାରେ ନିୟମିତ ବ୍ୟବଧାନରେ ଘଟୁଛି ଦୁର୍ଘଟଣା। ଏହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଚିନ୍ତାର ବିଷୟ ହୋଇଛି।

ଏହି କ୍ରମରେ ଗୁରୁବାର ସହରର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳଭାବେ ପରିଚିତ ରିଙ୍ଗ ରୋଡ୍‌ର ଟ୍ରାଫିକ ଛକ ଅଞ୍ଚଳରେ  ସ୍ପଷ୍ଟ ଦିବାଲୋକରେ କିଛି ମଇଁଶି ବୁଲୁଥିବା ଦେଖିବାକୁ ମିଳିଛି। ଏହି ମଇଁଶିମାନଙ୍କୁ ଦେଖିବା ପରେ ଆପଣମାନେ ନିଶ୍ଚୟ ଭାବିବାବୁ ବାଧ୍ୟ ହେବେ ଯେ, ସତରେ ଆମେମାନେ ସ୍ମାର୍ଟ ସିଟିରେ ରହୁଛୁ ତ ! କାରଣ ମଇଁଶି ଓ ମଇଁଶିକୁ ଛଡ଼ିଥିବା ବ୍ୟକ୍ତି ବେପରୁଆଭାବେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଏଭଳି ସ୍ଥିତିରେ କହିବେ କାହାକୁ ଓ ଶୁଣିବ କିଏ ?   

Leave a Reply

Your email address will not be published. Required fields are marked *

error: Content is protected !!