ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ମଜ୍‌ଦୁର ସଭା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

1 min read
Spread the love

ରାଉରକେଲାରେ ଥିବା ଇଏସ୍‌ଆଇସି ମଡେଲ ହସ୍‌ପିଟାଲ୍‌ ସମ୍ମୁଖରେ ହିନ୍ଦ ମଜ୍‌ଦୁର ସଭା ସହବନ୍ଧିତ ଶିଳ୍ପାଞ୍ଚଳ ମଜ୍‌ଦୁର ସଭା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଶିଳ୍ପାଞ୍ଚଳ ମଜ୍‌ଦୁର ସଭାର ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ନିକଟରେ ଇଏସ୍‌ଆଇସି କର୍ତ୍ତୃପକ୍ଷଙ୍କ ଦ୍ୱାରା ରେଫେରାଲ ଚିକିତ୍ସା ବ୍ୟବସ୍ଥାକୁ ବନ୍ଦ କରାଯିବାକୁ ବିରୋଧ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଶ୍ରମିକମାନେ ଯୋଗଦେଇଥିଲେ। ଏହି ଅବସରରେ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ପୁଣି ଥରେ ରେଫେରାଲ ହସ୍‌ପିଟାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!