ରାଉରକେଲା ସରକାରୀ ଖୁଚୁରା ଦୋକାନ ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ

1 min read
Spread the love

ଗତ ପ୍ରାୟ ଦୁଇବର୍ଷ ଧରି ରାଉରକେଲା ସରକାରୀ ଖୁସୁରା ଦୋକାନୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେବା ନିମନ୍ତେ ଏକ ସାଂବାଦିକ ସମ୍ମିଳନୀ ଡକାଇଥିଲେ୤ ରାଉରକେଲା ସହରର ହୋଟେଲ ସୋଲେସଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋଟ ୧୨ଟି ପ୍ରସଙ୍ଗ ସମ୍ପର୍କରେ ଖୁଚୁରା ଦୋକାନୀମାନେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ୤ ବିଶେଷ କରି ଜାତୀୟ ଖାଦ୍ୟ ସୂରକ୍ଷା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୨୨ମାସର ବକେୟା ପାରିଶ୍ରାମିକ ନମିଳିବା, ଖୁଚୁରା ଦୋକାନୀମାନଙ୍କର ଲାଇସେନ୍ସ ନବୀକରଣ ଜନିତ ସମସ୍ୟାର ସମାଧାନ, ୨୦୧୯ ମସିହା ନିରାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଦ୍ୟୁତ ବଲ୍ବ ବଣ୍ଟନ ଜନିତ ପାରିଶ୍ରାମିକ ନମିଳିବା, ଖାଉଟି ସାମଗ୍ରୀ ଖୁଚୁରା ଦୋକାନୀମାନଙ୍କୁ ଦେବା ସମୟରେ ପ୍ରତି ବସ୍ତାରେ ଏକରୁ ଦୁଇ କୋଲୋ କମ୍‌ ରହିବା ଆଦି ସମ୍ପର୍କରେ ସୂଚନା ଦିଆଯାଇଥିଲା୤ ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ସରକାର ପଦକ୍ଷେପ ନେବାକୁ ସୋକାନୀମାନେ ଦାବି କରିଥିଲେ୤ ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସଂଘ ଉପସଭାପତି ହରିହର ସାମଲ, ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଂଘର ସଦସ୍ୟ ରଞ୍ଜିତ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!