ଟିଟିଲାଗଡ଼ରେ ୨୩ ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
1 min read
ତତଲାଗଡ ରୂପେ ପରିଚିତ ଟିଟଲାଗଡ ରେ ଶୀତଳ ଷଷ୍ଠୀ ଯାତ୍ରା ର ସ୍ୱତନ୍ତ୍ରତା ରହିଛି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ରେ ୨୩ ତମ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୀତଳ ଷଷ୍ଠୀ ଯାତ୍ରା କମିଟି ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହାଟପଦା ପଡ଼ା ଭାଗବତ ମନ୍ଦୀର ନିକଟରେ ଥିବା ପ୍ରହରୀ ମଣ୍ଡପରେ ଚଳିତ ବର୍ଷ ଅୟୋଜନ ନେଇ ସବିଶେଷ ଆଲୋଚନା ହୋଇଥିଲା । ସେହିପରି କନ୍ୟା ପିତାମାତା ଭାବେ ନିରାକାର ସରାଫ ଏବଂ ସପତ୍ନୀ ରଶ୍ମିତା ସରାଫ ଏବଂ ବର ପିତାମାତା ଭାବେ ସତ୍ୟନାରାୟଣ ବାଗ ସପତ୍ନୀ ମାଳତୀ ବାଗ ସଂକଳ୍ପ ନେଇଥିଲେ। ଏହି ବୈଠକରେ କମିଟି ଆବାହକ ଶୁଭ୍ରାଂଶୁ ଦାସ, ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧିର ଘଡେଇ, କମିଟିର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, କୃଷ୍ଣ ଚନ୍ଦ୍ର ସରାଫ, ଗୋରୀ ପଟ୍ଟନାୟକ, ପ୍ରଫୁଲ୍ଲ ବୁଡେକ୍, ବିଶିକେଶନ ବେହେରା ଓ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।