ଏନ୍ଆଇଟି ରାଉରକେଲାରେ ରିସର୍ଚ୍ଚ ସ୍କଲାର ସପ୍ତାହ ପାଳନର ଶୁଭାରମ୍ଭ
1 min read
ରାଉରକେଲା ସ୍ଥିତ ଏନ୍ଆଇଟି ବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ରିସର୍ଚ୍ଚ ସ୍କଲାରମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଅର୍ଥାତ୍ ମଇ ୧୨ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କାର୍ଜ୍ୟକ୍ରମ ରବିବାର ଅର୍ଥାତ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଜ୍ୟକ୍ରମର ଉଦ୍ଘାଟନ ଅବସରରେ ହୋଇଥିବା ଏକ ସଭାରେ ଏନ୍ଆଇଟି, ରାଉରକେଲାରେ ବିଭିନ୍ନ ବିଷୟ ଓ ବର୍ଗର ୧୮୦ଜଣ ବିଦ୍ୟାର୍ଥୀ ଭାଗ ନେଇଛନ୍ତି। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ପିତାମବର ମହାନନ୍ଦିଆ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଭୁବନେଶ୍ବର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୈଜ୍ଞାନିକ ଗବେଷଣା ଯୋଗୁଁ ମାନବ ସମାଜର ଉନ୍ନତି ହେଉଛି ଏବଂ ଅନେକ ନୂତନ ଉତ୍ପାଦ ସମ୍ପର୍କରେ ସମସ୍ତେ ଜାଣିପାରୁଛନ୍ତି। ଏହି ଅବସରରେ ଏନ୍ଆଇଟି ରାଉରକେଲାର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଦୀପ ସରକାର ଯୋଗଦେଇ ଏନ୍ଆଇଟି ସମ୍ପର୍କରେ ସୁଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଆଇଆଇଟି ଖଡ଼ଗପୁରର ଖଣି ବିଭାଗର ପ୍ରଫେସର ଦେବାଶିଷ ଦେବ ଯୋଗଦେଇ ରିସର୍ଚ୍ଚ ସ୍କଲାରମାନଙ୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।