ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ମଇ ୧୨ ତାରିଖରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ସିଏମଓ ବୃନ୍ଦ ଡାକ୍ତର ଏନ ପି ସାହୁ, ଡାକ୍ତର ଏଲ କେ ବିଶ୍ଵାଳ, ଡାକ୍ତର ପି କେ ମହାପାତ୍ର ଓ ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ଆଇଜିଏଚ୍ ର ଅନ୍ୟ ବରିଷ୍ଠ ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ୱଳନ ଏବଂ ନର୍ସିଙ୍ଗ ବୃତ୍ତିଧାରୀଙ୍କ ମାତୃତୁଲ୍ୟା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ପଟ୍ଟଚିତ୍ରରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୁଷ୍ପଅର୍ଘ୍ୟ ଅର୍ପଣ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି ଅବସରରେ ଡାକ୍ତର ହୋତା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ନର୍ସିଂ ବୃତ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଯାହାକୁ କୋଭିଡ ମହାମାରୀ ସମୟରେ ବେଶ ପ୍ରଶଂସା କରାଯାଇଥିଲା। ନିଃସ୍ୱାର୍ଥପର ସେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ମାନବ ସମାଜ ପାଇଁ ସେବା ପ୍ରତି ସମାନ ଉତ୍ସାହ ଓ ପ୍ରତିବଦ୍ଧତା ସହିତ ଭଲ କାର୍ଯ୍ୟ ଜାରି ରଖିବାରେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଆଦର୍ଶକୁ ଅନୁକରଣ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଟ୍ରେନିଂ ନର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଆଇଜିଏଚ୍ ଅଧ୍ୟାୟର ଉପଦେଷ୍ଟା ସୁଶ୍ରୀ କୁନ୍ତଳା ସାହା ଚଳିତ ବର୍ଷର ବିଷୟବସ୍ତୁ “ଆମର ନର୍ସମାନେ ଆମର ଭବିଷ୍ୟତ” ବିଷୟରେ ଉଲ୍ଲେଖ କରିଥିଲେ। ଏହା ପରେ ଆଇଜିଏଚ ନର୍ସିଙ୍ଗ ଷ୍ଟାଫଙ୍କ ଦ୍ୱାରା ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପ୍ରାରମ୍ଭରେ ଅତିରିକ୍ତ ସିଏମଓ ଡାକ୍ତର ଇନ୍ଦିରା ମିଶ୍ର ସମାବେଶକୁ ସ୍ୱାଗତ କରିଥିଲେ। ଟିଏନଏଆଇ ରାଉରକେଲା ଅଧ୍ୟାୟର ସମ୍ପାଦିକା ସୁଶ୍ରୀ ଅନୀତା ରାୟ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଅଧ୍ୟକ୍ଷା ସୁଶ୍ରୀ ମୀରା ପତି ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଗୋଧୂଳି ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!