ରାଉରକେଲା ହନୁମାନ ବାଟିକା ପରିସରରେ ଥିବା ତ୍ରିଶକ୍ତି ମନ୍ଦିରରେ ପ୍ରଥମ ବାର୍ଷିକୋତ୍ସବ ପାଳିତ

1 min read
Spread the love

ରାଉରକେଲା ସହରର ହନୁମାନ ବାଟିକା ପରିସର ସ୍ଥିତ ତ୍ରିଶକ୍ତି ମନ୍ଦିର ପରିସରେ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଣୀ ସତୀ ମାତାଙ୍କ ବିଶାଳ ମଙ୍ଗଳପାଠ ଆୟୋଜନ କରାଯାଇଥିଲା। ହାଇଦ୍ରାବାଦରୁ ଆସିଥିବା ପ୍ରିୟଙ୍କା ଗୁପ୍ତା ଙ୍କ ଦ୍ବାରା ରାଣୀ ସତୀ ମାତାଙ୍କ ମଙ୍ଗଳପାଠ କରାଯାଇଥିଲା। ଏହି ମଙ୍ଗଳପାଠରେ ୬୦୧ଜଣ  ସଧବା ମହିଳା ଲାଲ ଶାଢୀ ଓ ଲାଲ ଓଢ଼ଣୀ ସହିତ ସକାଳ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମଙ୍ଗଳପାଠରେ ଅଂଶଗ୍ରହଣ କରିଥିଲେ। ପ୍ରିୟଙ୍କା ଗୁପ୍ତାଙ୍କ ମଙ୍ଗଳପାଠ ମଧ୍ୟରେ ଜଣ ଜଣକରି ମହିଳା ମାତାଙ୍କ ଭଜନ ମଧ୍ୟ ଗାଇଥିଲେ। ବାର୍ଷିକ ଉତ୍ସବ ପାଇଁ ତ୍ରିଶକ୍ତି ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯିବା ସହିତ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି।

ଏଥିରେ କର୍ତ୍ତାଭାବେ ପଶ୍ଚିମବଙ୍ଗ ପୁରୁଲିଆରୁ ସୁବାଷ ଖୈତାନ ଏବଂ ସୁନୀତା ଖୈତାନ ସପରିବାର ଯୋଗଦେଇଥିଲେ। ପୂଜକଙ୍କ ଦ୍ୱାରା ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯିବାପରେ ମାତାଙ୍କ ମଙ୍ଗଳପାଠରେ ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସୁରେଶ ଜିନ୍ଦଲ, ଦୌଲତ ଅଗ୍ରଓ୍ବାଲ, ଘନଶ୍ୟାମ ଅଗ୍ରଓ୍ବାଲ, ପପ୍ପୁ ଗୋଏଲ, ଗଣେଶ ଅଗ୍ରଓ୍ବାଲ, ନିମେଷ ଗରୋଡ଼ିଆ, ବିଶ୍ବାସ ଅଗ୍ରଓ୍ବାଲ, ପବନ ପ୍ରଧାନ, ଅନୀଲ ଅଗ୍ରଓ୍ବାଲଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସୂଚନା ମୁତାବକ ହନୁମାନ ବାଟିକା ପରିସରରେ ଥିବା ବିଭିନ୍ନ ମନ୍ଦିର ମଧ୍ୟରେ ଗତବର୍ଷ ସ୍ଥାପିତ ହୋଇଥିବା ତ୍ରିଶକ୍ତି ମନ୍ଦିରର ଭବ୍ୟତା ଓ ସୁରମ୍ୟ ନିର୍ମାଣ ଚମତ୍କାର ହୋଇଛି। ଏହାସହିତ ଏହାର ପ୍ରବେଶ ପଥ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିବା ଯୋଗୁଁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ମନ୍ଦିର ବୁଲି ଦେଖିବା ପାଇଁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!