ଡୁମେର୍ତ୍ତା – ରାଞ୍ଜି ରେରାସ୍ତାର କପାଟମୁଣ୍ଡା ରେଳ ଫାଟକ ବନ୍ଦକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ
1 min read
ଡୁର୍ମେତ୍ତା-ରାଞ୍ଚି ରେଳରାସ୍ତାର କପାଟମୁଣ୍ଡା ରେଳ ଫାଟକ ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏକ ମାଲବାହୀ ଟ୍ରେନ୍ ରେଳ ଫାଟକକୁ ଅବରୋଧ କରି ୪୦ ମିନିଟ୍ରୁ ଅଧିକ ସମୟ ଧରି ଠିଆହେବାରୁ ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫାଟକ ବନ୍ଦ ଥିବାରୁ ବିଭିନ୍ନ ବର୍ଗର ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଟକ ନିକଟରେ ଠିଆହୋଇ ରହିବାଉ ବାଧ୍ୟ ହୋଇଥିଲେ। ଏହା ସହିତ ବନ୍ଧମୁଣ୍ଡାରେ ପାଠ ପଢିବାକୁ ଯାଇଥିବା ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ଦୀର୍ଘ ସମୟ ଠିଆ ହେବା ପରେ ନିଜ ନିଜ ଘରକୁ ଫେରି ଆସିଥିଲେ। ଲୋକେ ରେଳ ଫାଟକରେ ଡ୍ୟୁଟି କରୁଥିବା ରେଳ କର୍ମଚାରୀଙ୍କୁ ଫାଟକ ବନ୍ଦର କାରଣ ପଚାରିବା ପରେ ତାଙ୍କର ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନ ଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଏ ନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରେଳଫାଟକ ଦେଇ ଯାତାୟତ ସ୍ବାଭାବିକ ହୋଇଥିଲା। ରେଳ ବିଭାଗର ଏଭଳି ମନମୁଖି କାର୍ଯ୍ୟ ଯୋଗୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଏହିଭଳି ସମସ୍ୟା ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଥିବ ଏକାଧିକ ଫାଟକରେ ଅନେକ ସମୟରେ ଦେଖିବାକୁ ମିଳୁଥିଲେ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।