ରାଉରକେଲା କ୍ଲବରେ ଅତ୍ୟାଧୁନିକ ବହୁମୁଖୀ ପ୍ରେକ୍ଷାଳୟ ‘ସ୍ପେକ୍ଟ୍ରମ୍’ ଉଦଘାଟିତ

1 min read
Spread the love

ସାଂସ୍କୃତିକ କାର୍ଯ୍ୟଧାରାର ଉତ୍ସାହପ୍ରଦ କେନ୍ଦ୍ର-ରାଉରକେଲା କ୍ଲବ୍ ପରିବର୍ତ୍ତିତ ସମୟ ଏବଂ ଆବଶ୍ୟକତା ସହ ତାଳ ଦେଇ ବହୁ ନୂତନ ସୁବିଧା ଉପଲବ୍ଧ କରାଉଛି। କ୍ଲବ ପରିସରରେ ଏହିପରି ଏକ ସୁବିଧା ଅତ୍ୟାଧୁନିକ ପ୍ରେକ୍ଷାଳୟ ‘ସ୍ପେକ୍ଟ୍ରମ୍’କୁ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦଘାଟନ କରିଛନ୍ତି। ଏହି ଅବସରରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ସାହୁ,  ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡାକ୍ତର ବି କେ ହୋତା, ଖଣି ବିଭାଗର ସିଜିଏମ ଇନ ଚାର୍ଜ, ପି କେ ରଥ, ବିତ୍ତ ଓ ଲେଖା ବିଭାଗର ସିଜିଏମ ଇନ ଚାର୍ଜ ଏ କେ ବେହୁରିଆ, କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ, ରାଉରକେଲା କ୍ଲବ୍ ପରିଚାଳନା କମିଟି ସଦସ୍ୟ ଏବଂ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ସୂଚନା ମୁତାବକ କ୍ଲବ୍ ର ପୁରୁଣା ମୁଖ୍ୟ ହଲ୍ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ସୁନ୍ଦର ଆଲୋକୀକରଣ, ଏକୌଷ୍ଟିକ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ସାଉଣ୍ଡ ସହିତ ଏକ ଆକର୍ଷଣୀୟ ଅଡିଟୋରିୟମରେ ପରିଣତ ହୋଇଛି। ପ୍ରାୟ ୧୫୦ ଜଣଙ୍କର ବସିବା କ୍ଷମତା ସହିତ, ସ୍ପେକ୍ଟ୍ରମ୍ ଅଡିଟୋରିୟମ୍ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଯଥା ସେମିନାର୍, ସମ୍ମିଳନୀ ଠାରୁ ଆରମ୍ଭ କରି ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଆୟୋଜନ କରିପାରିବ। ଏହି ନୂତନ ରୂପ  ସହିତ, ଉକ୍ତ ଅଡିଟୋରିୟମ୍ ଇସ୍ପାତ ସହରର ଜୀବନ୍ତ ସାମାଜିକ ସାଂସ୍କୃତିକ ଗତିଧାରାକୁ ଅଧିକ ବଳିଷ୍ଠ ଗଢିବାରେ ସହଯୋଗ କରିବ ବୋଲି ଆଶା କରାଯାଉଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ସହର ଇଞ୍ଜିନିୟରିଂ ସିଭିଲ୍ ବିଭାଗ ନିର୍ବାହ କରିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!