ରାଉରକେଲା ମଜଦୁର ସଭା ର କର୍ମକର୍ତ୍ତା ଙ୍କ ସହର ସେବା ମୁଖ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ

1 min read
Spread the love

ରାଉରକେଲା ମଜଦୁର ସଭା ର ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ସହର ସେବା ଭବନରେ ରାଉରକେଲା ଇସ୍ପାତ କାରଖାନା ର ସହର ସେବା ଓ ସି.ଏସ.ଆର ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଙ୍କ ନେତୃତ୍ଵରେ ରାଉରକେଲା ଇସ୍ପାତ କାରଖାନା ର ସହରାଞ୍ଚଳ ବିକାଶ କାର୍ଯ୍ୟ ଆହୁରି ତ୍ବରାନ୍ବିତ ହେବା ସହ ସହରାଞ୍ଚଳ ରେ ବସବାସ କରୁଥିବା ଶ୍ରମିକ କର୍ମଚାରୀ ମାନଙ୍କର ନାନାବିଧ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ସହରାଞ୍ଚଳ ର ଯାବତୀୟ ସମସ୍ୟା ଯଥା – କ୍ୱାର୍ଟର ମରାମତି, ବର୍ଷାଜଳ ନିଷ୍କାସନ, ବର୍ଷାଦିନ ପୂର୍ବରୁ ଅଳିଆ ଆବର୍ଜ୍ଜନା ସଫା କରିବା ସହ ସ୍ବିରେଜ ବ୍ୟବସ୍ଥାକୁ ଠିକ କରିବା, ଜଳ ଯୋଗାଣ, ସେକ୍ଟର ମଧ୍ୟ ରେ ରାସ୍ତାଗୁଡିକ ର ମରାମତି, ପ୍ରତ୍ୟେକ ସେକ୍ଟର ରେ ରାସ୍ତା ଆଲୋକଗୁଡିକ ର ଅଚଳାବସ୍ଥା ଦୂର କରିବା ଓ ଇଲେକ୍ଟ୍ରିକାଲ ମେଣ୍ଟେନାନସ୍ ରେ ଅଧିକ ସ୍ଥାୟୀ କର୍ମଚାରୀ ନିଯୁକ୍ତି ମାଧ୍ୟମରେ ବେଆଇନ ଟ୍ୟାପିଙ୍ଗ ଓ ହୁକିଙ୍ଗ ଉଛେଦ କରିବା ନେଇ ଶ୍ରୀ ସ୍ବାଇଁ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏଥିନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଶ୍ରୀ ସ୍ବାଇଁ ଏହି ସମସ୍ୟାକୁ ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରତିନିଧି ମଣ୍ଡଳୀ ଙ୍କୁ ଅବଗତ କରାଇବା ସହ ସହରାଞ୍ଚଳ ବିକାଶ ନେଇ ମଜଦୁର ସଭା ର ସହଯୋଗ କାମନା କରିଥିଲେ। ଶ୍ରମିକ ସଙ୍ଗଠନର ସଭାପତି ଶଶଧର ନାୟକ, କାର୍ଯ୍ୟକାରୀ ସଭାପତି ଅସିତ ଦାସ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା କଳାକାର ସାହୁ, ସିଦ୍ଧେଶ୍ୱର ବଳ, ପ୍ରମୋଦ କୁମାର ଦାସ, ଖଗେନ୍ଦ୍ର ବେହେରା, ସତ୍ୟାନନ୍ଦ ବେହେରା, ପତିତପାବନ ଜେନା, ବସନ୍ତ କୁମାର ପଲେଇ, ସୁଶୀଲ କୁମାର ଲାକ୍ରା, ସୋମନାଥ ସ୍ବାଇଁ, ବଂଶୀଧର ବିଶ୍ବାଳ,ରାଜ କିଶୋର ଲେଙ୍କା, ଅଜୟ କୁମାର ଦାସ, ଓକିଲ ମହନ୍ତ, ରଞ୍ଜିତ ନାୟକ, ପ୍ରଫୁଲ୍ଲ କୁମାର ବେହେରା,ଶରତ ଚନ୍ଦ୍ର ଜେନା, ପ୍ରଦୀପ କୁମାର ବାରିକ, ରଞ୍ଜନ ପୃଷ୍ଠି, ସୁଶାନ୍ତ କୁମାର ନାୟକ, ରମେଶ କୁମାର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!