ଆରଏସପିରେ ସଡକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ମାନବ ଶୃଙ୍ଖଳ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ଇଞ୍ଜିନିୟରିଂ ବିଭାଗ, ଅଗ୍ନିଶମ ସେବା, ଡିଜାଇନ ଏବଂ ସପ୍ସ ବିଭାଗର ପ୍ରାୟ ୧୫୦ ଜଣ କର୍ମଚାରୀ ଏବଂ ଠିକା ଶ୍ରମିକ ସଡକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଏକ ସୁଦୀର୍ଘ ମାନବ ଶୃଙ୍ଖଳ ଗଠନ କରିଥିଲେ। ଏହି ଅଭିଯାନର ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ଆଶା କାର୍ଥା ଏବଂ ମହାପ୍ରବନ୍ଧକ ଅବକାଶ ବେହେରା ନେତୃତ୍ୱ ନେଇଥିଲେ। ଏଥିରେ ସଡକ ସୁରକ୍ଷା ନିୟମର ଦୁଇଟି ପ୍ରମୁଖ ଦିଗ ‘ଓଭରଟେକିଂ ରୋକିବା’ ଏବଂ ‘ରେଡ୍ ଲାଇଟ୍ ଉଲ୍ଲଂଘନ ରୋକିବା’ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଅଗ୍ନି ସେବା ତାଲିମ କେନ୍ଦ୍ରରୁ ଇଡି- ୱାର୍କସ ଅଫିସ୍ ଚତୁର୍ଭୁଜ ମଧ୍ୟରେ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା ।

ଅଂଶଗ୍ରହଣକାରୀମାନେ ଉପରୋକ୍ତ ବିଷୟଗୁଡ଼ିକ ଉପରେ ବାର୍ତ୍ତା ଚିତ୍ରିତ ପ୍ଲାକାର୍ଡ ପ୍ରଦର୍ଶିତ କରିଥିଲେ। ବ୍ୟକ୍ତିବିଶେଷମାନଙ୍କୁ କାଉନସେଲିଂ ମଧ୍ୟ କରାଯାଇଥିଲା, ଯେଉଁଥିରେ ବାହକମାନଙ୍କୁ ଇଡି ୱାର୍କସ ବିଲ୍ଡିଂ ନିକଟରେ ନୂତନ ରୂପେ ସ୍ଥାପିତ ରେଡ୍ ଲାଇଟ୍ ଉଲ୍ଲଂଘନ ଚିହ୍ନଟ ପ୍ରଣାଳୀ ଏବଂ ଏହା ସହିତ ଜଡିତ ଦଣ୍ଡ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା। ଏହି ନୂତନ ସିଷ୍ଟମ୍ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ସହିତ ସଜ୍ଜିତ ହୋଇଛି ଯାହା ରେଡ ସିଗନାଲ୍ ଉଲ୍ଲଂଘନ କରୁଥିବା ଯାନର ପଞ୍ଜୀକରଣ ନମ୍ବରର ଚିତ୍ରଗୁଡ଼ିକୁ ଧରି ରଖିବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବ୍ୟାଙ୍କ୍‌ ଖାତାରୁ ଜରିମାନା ଆଦାୟ ପାଇଁ ଚିହ୍ନଟ କରିବ। ଓଭରଟେକ ପାଇଁ ବାହନ ଆରୋହୀଙ୍କ ଆଚରଣ ଏବଂ ମନୋଭାବକୁ ଦୂର  କରିବା ଅଭିଯାନର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Leave a Reply

Your email address will not be published. Required fields are marked *

error: Content is protected !!