ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲୀ ଥାନା ପକ୍ଷରୁ ୪ ଆନ୍ତରାଜ୍ୟ ଅନ୍‌ଲାଇନ ଠକ ଗିରଫ

1 min read
Spread the love

ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲୀ ଥାନା ପକ୍ଷରୁ ୪ ଆନ୍ତରାଜ୍ୟ ଅନ୍‌ଲାଇନ ଠକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ନିତିନ କଶନା ଏବଂ ଆଶିଷ ଚୌଧୁରୀ, ନୂଆ ଦିଲ୍ଲୀ ଫତେପୁର ଥାନା ଅନ୍ତର୍ଗତ ରବି କୁମାର, ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାର ଅଜୟ କୁମାର। ଏହି ୪ଜଣଙ୍କ ନିକଟରୁ ୧୨ଟି ମୋବାଇଲ ଫୋନ ସହିତ ସିମ କାର୍ଡ , ଗୋଟିଏ ଲାପ୍‌ଟପ୍‌ , ବିଭିନ୍ନ ବ୍ୟାଙ୍କ୍‌ର ୨୧ଟି ଏଟିଏମ୍‌ କାର୍ଡ ସହିତ ଗୋଟିଏ ଟାଟା ସଫାରୀ ଗାଡ଼ି ଆଦି ଜବତ କରାଯାଇଛି। ଏ ସମ୍ପର୍କରେ ପାନପୋଷ ଏସ୍‌ଡିପିଓ ଶାନ୍ତ ନୂତନ ସମାଦ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି। ତାଙ୍କ ସୂଚନା ମୁତାବକ ଗତମାସ ୧୯ ତାରିଖରେ  ଜଣେ ମହିଳାଙ୍କ ଅଭିଯୋଗ ମୁତାବକ ଏକ ମାମଲା ଦାୟର କରାଯାଇ ତଦନ୍ତ ଚାଲିଥିଲା। ତଦନ୍ତ ସମୟରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହି ଅଭିଯୁକ୍ତମାନେ  କଲ୍‌ ସେଣ୍ଟର ଜରିଆରେ କିଛି ବୀମାଧାରକମାନଙ୍କୁ ଫୋନ୍‌ ମାଧ୍ୟମରେ ଠକାମୀ ସମ୍ପର୍କରେ ଜାଲ ପକାଇଥାନ୍ତି। ଏଥିରେ ଯେଉଁମାନେ ଫସିଯାନ୍ତି ସେମାନଙ୍କ ନିକଟରୁ ଅଭିଯୁକ୍ତମାନେ କୌଶଳ କ୍ରମେ ଅନ୍‌ଲାଇନ ମାଧ୍ୟମରେ ଟଙ୍କା ନେଇଥାନ୍ତି। ଏହି ମାମଲା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ସୂଚନା ଦିଆଯାଇଛି।  

Leave a Reply

Your email address will not be published. Required fields are marked *

error: Content is protected !!