ରାଉରକେଲା ଇସ୍ପାତ ଶିଳ୍ପ ସହରାଞ୍ଚଳରେ ପାନୀୟ ଜଳକୁ ନେଇ ତେଜିଲା ତାତି : ଅର୍ଏସପି ସହର ସେବା ବିଭାଗର କାର୍ଯ୍ୟାଳୟ ଘେରାଓ କଲେ ବସ୍ତିବାସିନ୍ଦା
1 min read
‘ପାଣି ଦିଅ ନହେଲେ ଜୀବନ ନିଅ ଏଭଳି’ ଏହି ସ୍ଲୋଗାନ ନେଇ ସୋମବାର ଇସ୍ପାତ ଶିଳ୍ପ ସହରାଞ୍ଚଳର ବିଭିନ୍ନ ବସ୍ତିର ବାସିନ୍ଦା ଜନସାଧାରଣ ପ୍ରାକ୍ତନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ନେତୃତ୍ବରେ ଇସ୍ପାତ କାରଖାନା ର ସହର ସେବା କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି କ୍ରମରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ କାର୍ଯ୍ୟାଳୟ ଫାତକ ବନ୍ଦ କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ। ଘଟଣାସ୍ଥଳ ସହର ସେବା ବିଭାଗର ସିଜିଏମ ଆସି ସେମାନଙ୍କ ଦାବି ଶୁଣି ଏହାର ତୁରନ୍ତ ସମାଧାନ କରିବା ଦାବିରେ ଜିଦ୍ ଧରିଥିଲେ। ଏକ ଘଣ୍ଟରୁ ଅଧିକ ସମୟ ଧରି ଶତାଧିକ ମହିଳା ପୁରୁଷ ଆରଏସପି କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଘରୋଇ ସୁରକ୍ଷା କର୍ମୀ ଫାତକକୁ ଜଗି ରହିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସେକ୍ଟର -୩ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାଶଝା କରି ଶାନ୍ତ କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ସହର ପ୍ରଶାସକ ତଥା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କିଶୋର ସ୍ବାଇଁ ଙ୍କ ସହ ଆଲୋଚନା କରିବା ସହ ୬ ଦଫା ପ୍ରସଙ୍ଗ ସମ୍ପର୍କୀତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ରରେ ବସ୍ତି ଅଞ୍ଚଲରେ ଦେଖାଦେଇଥିବା ପାନୀୟ ଅଧ୍ୟକ୍ଷତାରେ ନେତୃତ୍ବରେ ହୋଇଥିବା ଆଲୋଚନାରେ ଟାଉନ ଇଞ୍ଜିନିୟରିଂ ବିଭାଗ ର ଭାରପ୍ରାପ୍ତ ମହାପ୍ରବନ୍ଧକ ବି.କେ. ଜୋଜୋ, ସହର ସେବା କାର୍ଯ୍ୟାଳୟର ମହା ପ୍ରବନ୍ଧକ ପି.କେ.ଦାସ, ବିଭାବଶୁ ମଲ୍ଲିକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତା ୭ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ପ୍ରତିଶ୍ରୁତି ମିଳିବା ପରେ ସମସ୍ତ ଆନ୍ଦୋଳନକାରୀ କାର୍ଯ୍ୟାଳୟ ସମ୍ମୁଖରୁ ହଟିଥିଲେ।

ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀଙ୍କ ସମେତ ଉପସଭାପତି ଉମେଶ ଶରଣ, ସାଧାରଣ ସମ୍ପାଦକ ସରୋଜ ଲେଙ୍କା, ରାଜ୍ୟ ମହିଳା ମୋର୍ଚ୍ଚାର ଉପସଭାପତି ପ୍ରଭାତୀ ମିଶ୍ର, ସାଧାରଣ ସମ୍ପାଦକ ଲତା ନାୟକ, ପିସିସି ସଦସ୍ୟ ତୁଳସୀ ନାଗ, ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଶ୍ବ ରଞ୍ଜନ ରାଉତ, ଯୁବନେତା ସରୋଜ କୁମାର ନାୟକ,ବାବୁ ମାହାନ୍ତି, ରାଜେଶ ମଣ୍ଡଳ,ସୋନୁ ସିଂ,ରାଜୁ ଖଡିଆ, ଜିତେନ ମାଛଖଣ୍ଡ, ସୁରଜ କଂସାରୀ, ଲକ୍ଷ୍ମୀ ପ୍ରିୟା ରାୟ,ଆଶା ଖାଡିଆ,ରିନା ଖାଡିଆ,ମୀନା ଖାଡିଆ ସାବିତ୍ରୀ ଖାଡିଆ, ସୁନୀତା କୌର, ସୀମା ମହାତୋ, ବମୁନା ମାହାତୋ ଅନୀତା ସିଂ, ମଞ୍ଜୁ ବାହାଦୂର, ଆଶା ଖାଡିଆ ଓ ସୁବାଷ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗୋଟିଏ ପଟେ ଆର୍ଏସପି ପକ୍ଷରୁ ହେଉଥିବା ଜଳ ଯୋଗାଣର ଉତ୍ସ ଶୁଖି ଶୁଖି ଯାଉଥିବା ଓ ଅନ୍ୟ ପକ୍ଷରେ ବସ୍ତି ଅଞ୍ଚଳରେ ଅଧିକରୁ ଅଧିକ ଜଳ ଆବଶ୍ୟକତାକୁ ନେଇ ଆସନ୍ତା ୭ଦିନ ମଧ୍ୟରେ ଜଳ ସମସ୍ୟା କିପରି ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା। ସବୁଠାରୁ ବଡ଼ କଥା ହେଉଛି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଂଖ୍ୟାଧିକ ବସ୍ତି ରାଉରକେଲା ଇସ୍ପାତ ଶିଳ୍ପ ସହରାଞ୍ଚଳରେ ରହିଛି। ଏହି ବସ୍ତିବାସିନ୍ଦାଙ୍କ ଭୋଟ ପାଇ ଜିତିଥିବା ବିଜେଡି ବିଧାୟକ ସୁବ୍ରତ ତରାଇ ଏହିଭଳି ଘଡ଼ିସନ୍ଧି ସମୟରେ ଅନୁପସ୍ତିତ ରହିବା ଓ କଂଗ୍ରେସ ନେତା ସମସ୍ୟାକୁ ନେଇ ଆନ୍ଦୋଳନ କରିବା ଏବେ ସହରରେ ଅଲୋଚନାର ବିଷୟ ହୋଇଛି।