କାଳ ବୈଶାଖୀ ପବନରେ ବିରମିତ୍ରପୁର ପୌରାଞ୍ଚଳରେ ଭାଙ୍ଗିଲା ୧୦ରୁ ଅଧିକ ଘର
1 min read
ସୋମବାର ସନ୍ଧ୍ୟାରେ ହୋଇଥିବା କାଳ ବୈଶାଖୀ ପବନରେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପୌରପାଳିକାର ୮ ନମ୍ବର ୱାର୍ଡ ଅନ୍ତର୍ଗତ କପିଆଳ ଅଞ୍ଚଳରେ ପ୍ରାୟ ୧୦ଟି ଘର ଭାଙ୍ଗିଯାଇଛି। ପବନ ଯୋଗୁଁ କିଛି ବଡ଼ ଗଛ ଉପୁଡ଼ିଯିବା ଯୋଗୁଁ ଏହି ଅଞ୍ଚଳରେ ଘରର ଛାତ ଓ କାନ୍ଥ ଆଦି ଭାଙ୍ଗି ଯାଇଛି।

ଏହା ଫଳରେ ସେହି ଘରଗୁଡ଼ିକରେ ରହିଥିବା ବାସିନ୍ଦାମାନେ ସମସ୍ୟାରେ ଥିବା ଦେଖିବାକୁ ମିଳିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୌରପାଳିକା ପକ୍ଷରୁ ଏହି ବାସିନ୍ଦାମାନଙ୍କୁ କୌଣସି ପ୍ରକାରର ସହାୟତା ମିଳିନାହିଁ।