ଦ ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ଆଶ୍ରୟ ଗୃହରେ ସେବା କାର୍ଯ୍ୟ

1 min read
Spread the love

ରାଉରକେଲା ସହରର ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ ସଙ୍ଗଠନ ପକ୍ଷରୁ ରାଉରକେଲା ମହାନଗର ପରିଚାଳିତ ଆଶ୍ରୟ ଗୃହର ଅନ୍ତେବାସୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଙ୍ଗଠନର ମୁଖ୍ୟ ଦିପ୍ତି ସୁନ୍ଦରାୟଙ୍କ ନେତୃତ୍ୱରେ ସଙ୍ଗଠନର ସଦସ୍ୟ ଓ ସଦସ୍ୟାମାନେ ଆଶ୍ରୟ ଗୃହରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ଆଦି ଅନ୍ତେବାସୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହା ସହିତ ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ବିଶେଷ ଭାବେ ଅନ୍ତେବାସୀମାନଙ୍କ ପୁଜାର୍ଚ୍ଚନା ସହିତ ସେମାନଙ୍କୁ ଖାଦ୍ୟ ଦ୍ରବ୍ୟ ଦିଆଯାଇଥିଲା। ଯେତେବେଳେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସେମାନଙ୍କ ପରିବାର ଛାଡ଼ି ଦେଉଛନ୍ତି, ସେହିଭଳି ସମୟରେ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କ ସହିତ କିଛି ସମୟ କଟେଇବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର କଲ୍ୟାଣୀ ଦାସ, ବିଜୟା ନନ୍ଦ ସୁନ୍ଦରାୟ, ବିଟୁ ମହାନ୍ତି, ଅରୁନ୍ଧତି ଓ ଅରବିନ୍ଦ ସାହୁଙ୍କ ସମେତ ଆଶ୍ରୟର କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!