କଳାକେନ୍ଦ୍ର ଫାଇନ ଆର୍ଟ ପକ୍ଷରୁ ବାର୍ଷିକ ଚିତ୍ରକଳା ପରୀକ୍ଷା ଆୟୋଜିତ

1 min read
Spread the love

ରାଉରକେଲା ସହରର ଛେଣ୍ଡ୍‌ କଲୋନୀରେ ଥିବା କଳାକେନ୍ଦ୍ର ଫାଇନ ଆର୍ଟ ପକ୍ଷରୁ ବାର୍ଷିକ ଚିତ୍ରକଳା ପରୀକ୍ଷା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ପରୀକ୍ଷା ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟର ପ୍ରାଚୀନ କଳାକେନ୍ଦ୍ର ମାଧ୍ୟମରେ ହୋଇଥିଲା। ଏଥିରେ ଅନୁଷ୍ଠାନରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହା ସହିତ ଏହି ଅବସରରେ ପରୀକ୍ଷକଭାବେ ରୀତା ସାମନ୍ତ ଓ ବାସନ୍ତୀ ମହାରଣାଙ୍କ ସମେତ ଲେଖିକା ଓ ଚିତ୍ରଶିଳ୍ପୀ ଜ୍ୟୋତ୍ସ୍ନା ନାୟକ ଏବଂ ଲେଖିକା ଓ ସଙ୍ଗୀତକାର ସ୍ନେହଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!