କ୍ଲିନ୍ ଏଣ୍ଡ୍ ଗ୍ରୀନ୍ ପକ୍ଷରୁ ରବିବାରସରୀୟ ସଫାଇ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ଅନ୍ୟତମ ସ୍ବେଚ୍ଛାସେବୀ ଓ ସାମାଜିକ ସଙ୍ଗଠନ କ୍ଲିନ୍ ଏଣ୍ଡ୍ ଗ୍ରୀନ୍ ପକ୍ଷରୁ ରବିବାରସରୀୟ ସଫାଇ କାର୍ଯ୍ୟକ୍ରମ ସହରର ଉଦିତ ନଗର ନିକଟରେ ଥିବା ସିଂହାସିନୀ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ହୋଇଯାଇଛି। ସଙ୍ଗଠନର ସଭାପତି ଡାକ୍ତର ନରେନ୍ଦ୍ର ସେଠୀ ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ବରେ ଏହି ସଫାଇ କାର୍ଯ୍ୟକ୍ରମରେ ସଙ୍ଗଠନର ଅନେକ ସଦସ୍ୟ ଯୋଗଦେଇଥିଲେ।

ଏହି ଅବସରରେ ସଙ୍ଗଠନର ବରିଷ୍ଠ ସଦସ୍ୟ ପି ସି ମିଶ୍ରଙ୍କୁ ତାଙ୍କର ୮୬ତମ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହା ସହିତ ତାଙ୍କର ଜନ୍ମ ଦିନ ପାଳନ ଉପଲକ୍ଷେ କେକ୍ କଟାଯାଇଥିଲା। ଏହା ସହିତ ଶ୍ରୀ ମିଶ୍ର ପରିଣତ ବୟଷରେ ମଧ୍ୟ ସକ୍ରୀୟ ଥିବାରୁ ତାଙ୍କୁ ଶୁଭକାମନା ଜ୍ଞାପନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ କ୍ଲିନ୍ ଏଣ୍ଡ ଗ୍ରିନ୍ ପକ୍ଷରୁ ରବିବାର ଦିନମାନଙ୍କରେ ସହରର ବିଭିନ୍ନ ସ୍ଥାନରେ ସଫାଈ କାର୍ଯ୍ୟକ୍ରମ କରାଯାଇ ସହରବାସୀଙ୍କୁ ସ୍ବଚ୍ଛତା ଓ ସଫାଇ ସମ୍ପର୍କରେ ବାର୍ତ୍ତା ଦିଆଯାଉଛି।