ବିଶ୍ବ ସମ୍ବାଦ କେନ୍ଦ୍ର ରାଉରକେଲା ଶାଖା ପକ୍ଷରୁ ନାରଦ ଜୟନ୍ତୀ ପାଳନ

1 min read
Spread the love

ବିଶ୍ବ ସମ୍ବାଦ କେନ୍ଦ୍ର ରାଉରକେଲା ଶାଖା ପକ୍ଷରୁ ସମଗ୍ର ବିଶ୍ବର ଆଦ୍ୟ ସାମ୍ବାଦିକଭାବେ ପରିଚିତ ଦେବର୍ଷି ନାରଦଙ୍କ ଜୟନ୍ତୀ ରବିବାର ରାଉରକେଲାଠାରେ ପାଳିତ ହୋଇଯାଇଛି। ବିଶ୍ବ ସମ୍ବାଦ କେନ୍ଦ୍ର, ରାଉରକେଲା ଶାଖାର ସଂଯୋଜକ ରାଜକୁମାର ନାଥଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କର୍ମକର୍ତ୍ତା ପ୍ରଭାତ ସାହୁ, ବରିଷ୍ଠ ସାମ୍ବାଦିକ ରାଜେଶ ମହାନ୍ତି ଓ ନରହରି ଦାଶ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅନ୍ୟତମ ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ ଡ ସନାତନ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଦେବର୍ଷି ନାରଦଙ୍କ କାର୍ଯ୍ୟ ଓ ଭୂମିକା ବନାମ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ନାରଦଙ୍କ ଭଳି ସତ୍ୟ ଓ ଧର୍ମ ପଥରେ ଯାଇ ସାମ୍ବାଦିକତା କରାଯିବା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ରାଉରକେଲା ସହରର ସେକ୍ଟର-୩ ସ୍ଥିତ ବିଶ୍ବକର୍ମା ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ସହରର ବିଭିନ୍ନ ବର୍ଗର ସାମ୍ବାଦିକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!