ଜଳବାୟୁ ଓ ଜୈବ ଅର୍ଥନୀତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ

1 min read
Spread the love

ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେସନ ଫର ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ -କେସିଏଫ୍‌ଏଆଇଡି ଏବଂ ରାଉରକେଲା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଜୈବ ଅର୍ଥନୀତି ସମ୍ପର୍କିତ ଏକ ତ୍ରିଦିବସୀୟ ଜାତୀୟ ସ୍ତରର ଆଲୋଚନାଚକ୍ର ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ.ଉମାମହେଶ୍ୱର ରାଓ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ପ୍ରତିକ ଜଳବାୟୁ ସ୍ଥିତିରେ ଜୈବ-ଅର୍ଥନୀତିର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଫେସର ରାଓ ଆଲୋଚନା କରିଥିଲେ। ଏଥିରେ ଆଇସିଏଆର୍‌-ଏଆଇଏଆର୍‌ଆଇ, ଝାଡଖଣ୍ଡର ଓଏସ୍‌ଡି ଡକ୍ଟର ବିଶାଳ ନାଥ, ଡାମିଡ୍ସ ନିର୍ଦ୍ଦେଶକ ଡକ୍ଟର ଯତୀନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସିଇଏସ୍‌ସିଆର୍‌ଏର ମୁଖ୍ୟ ବୈଜ୍ଞାନିକ ତଥା କେସି ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ୟୁ.କେ. ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଆଲୋଚନାଚକ୍ର ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଅରୁଣ କୁମାର ମିଶ୍ର ଆଲୋଚ୍ୟ ବିଷୟବସ୍ତୁ “କ୍ଲାଇମେଟ ରିସାଇଲେଣ୍ଟ ବାୟୋ ଇକୋନୋମି ଫର ସସ୍‌ଷ୍ଟେନେବଲ ଆଣ୍ଡ ଇନ୍‌କ୍ଲୁସିଭ୍ ଡେଭଲପମେଣ୍ଟ ଫର ଇଷ୍ଟର୍ଣ୍ଣ ରିଜନ ଅଫ୍ ଇଣ୍ଡିଆ’ ଶୀର୍ଷକରେ ଆଲୋକପାତ କରି ଜଙ୍ଗଲ ଅଞ୍ଚଳର ଅଧିବାସୀମାନଙ୍କ ଅର୍ଥ ନୈତିକ ଉନ୍ନତି ପାଇଁ ବିକଳ୍ପ ବ୍ୟବସ୍ଥା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ ।

ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ତତ୍ତ୍ବାବଧାଣରେ ଆୟୋଜିତ ଏହି ଜାତୀୟ ସ୍ତରର ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିବୃନ୍ଦ, ବୈଜ୍ଞାନିକ ଓ ଗବେଷକମାନେ ଜୈବ ଅର୍ଥନୀତି ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଏଥିରେ ବିଶେଷ କରି ଜଙ୍ଗଲ ସମ୍ପଦର ସୁରକ୍ଷା, ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ହ୍ରାସ, ଜଙ୍ଗଲଜାତ ଦ୍ରବ୍ୟ ସୁବିନିଯୋଗ, ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କ ଜଙ୍ଗଲ ଉପରେ ନିର୍ଭରଶୀଳତା ହ୍ରାସ କରାଇ ବିକଳ୍ପ ଆୟ ଯୋଜନା, ବିଭିନ୍ନ ବିଭାଗର ସମନ୍ୱୟରେ ତୃଣମୂଳ ସ୍ତରରେ ଯୋଜନା ପ୍ରସ୍ତୁତ, ଜଙ୍ଗଲରେ ଥିବା ଜଳ ଉତ୍ସର ସଂରକ୍ଷଣ ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାଚକ୍ର ଆୟୋଜନ କମିଟିର କାର୍ଯ୍ୟକାରୀ ସମ୍ପାଦକ ଅଜିତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ କୁଆଁରମୁଣ୍ଡା ବନାଞ୍ଚଳ ଅଧିକାରୀ ସ୍ୱାଧୀନତା ସାହାଣୀ ସଂଯୋଜନା କରିଥିଲେ। ଏହି ଜାତୀୟ ସ୍ତରରେ ଆଲୋଚନାଚକ୍ରରେ ବିଭିନ୍ନ ବନାଞ୍ଚଳର ରେଞ୍ଜ ଅଫିସର, ଫରେଷ୍ଟର, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, କୃଷିବିତ୍ ଓ କୃଷକମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଛନ୍ତି ।

କାର୍ଯ୍ୟକ୍ରମର ପ୍ରଥମ ବୈଷୟିକ ପର୍ଯ୍ୟାୟରେ ଡ.ବିଶାଳ ନାଥ ଅଧ୍ୟକ୍ଷତା କରିଥିବା ବେଳେ କୋ-ଚେୟାରମ୍ୟାନ ଭାବେ ସିଆର୍‌ଆଇଜେଏଏଫର ମୁଖ୍ୟ ବୈଜ୍ଞାନିକ ଡ.ଏମ୍‌.ଏସ୍‌. ବେହେରା ଉପସ୍ଥିତ ଥିଲେ। ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବେହେରା ‘ଈଶ୍ୱର ଚନ୍ଦ୍ର ମହାପାତ୍ର ସ୍ମାରକୀ’ ବକୃତା ଦେଇ ଗ୍ରାମୀଣ ଜୈବ ଉଦ୍ୟୋଗ ଓ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦୁଝର ଡିଏଫ୍‌ଓ ଶ୍ରୀ ଧନରାଜ ଗ୍ରାମୀଣ ଜୈବ ଅର୍ଥନୀତି, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ ଡିଏଫ୍‌ଓ ପ୍ରଦୀପ ମିରାଜ ଗ୍ରାମୀଣ ଜୈବ ଅର୍ଥନୀତି ପାଇଁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ତଥା ସୁରକ୍ଷା ଉପରେ ଆଲୋଚନା କରିଥିଲେ । ସୁନ୍ଦରଗଡ, କେବିକେର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ.ଲକ୍ଷ୍ମୀପ୍ରିୟା ପ୍ରଧାନ, ଡ଼ ମାନସୀ ଭୋଳ, ବଣେଇ ଡିଏଫ୍‌ଓ ଲଳିତ କୁମାର ପାତ୍ର, ରାଉରକେଲା ଡିଏଫ୍‌ଓ ଯଶୋବନ୍ତ ସେଠୀ ପ୍ରମୁଖ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜୀବିକା ଏବଂ ଜୈବ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଜାତୀୟ ସ୍ତରରେ ଆଲୋଚନାଚକ୍ରରେ ବିଭିନ୍ନ ବନା ଳର ରେଞ୍ଜ ଅଫିସର, ଫରେଷ୍ଟର, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, କୃଷିବିତ୍ ଓ କୃଷକମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଆଲୋଚନାଚକ୍ରରେ ଅଂଶଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ରାଉରକେଲା ଏସିଏଫ୍ ସୌମ୍ୟରଞ୍ଜନ ଗୋଚ୍ଛାୟତ, ରାଉରକେଲା ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର ଲିମା, ଡେପୁଟି ରେଞ୍ଜର ଅସୀତ କୁମାର ପଟ୍ଟନାୟକ, ବିଶ୍ରା ରେଞ୍ଜ ଅଫିସର ମାଣିକେଶ୍ୱରୀ ହାଁସଦା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!