ରାଜଗାଙ୍ଗପୁର ଓଆଇଏସ୍ଏଲ୍ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପାଇଁ ଶ୍ରମିକ ସଂଘର ବୈଠକ
1 min read
ଗୋଟିଏ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବ ବୃହତ୍ ସ୍ପଞ୍ଜ ଆଇରନ କାରଖାନାଭାବେ ପରିଚିତ ଓଆଇଏସ୍୍ଏଲ୍ ଦୀର୍ଘ ଦିନରୁ ବନ୍ଦ ହେବାପରେ ପ୍ରାୟ କୋଟି କୋଟି ଟଙ୍କାର ରୁଣଗ୍ରସ୍ତ ହୋଇଛି । କର୍ମଚାରୀ ମାନଙ୍କୁ ବକେୟା ଅର୍ଥ ପ୍ରଦାନ ନକରି କରୋନା ଆଳରେ କମ୍ପାନୀ କୁ ବନ୍ଦ କରି ଦେଇଥିବା ବେଳେ ଶିଳ୍ପ ଜଗତରେ ନିଜର ନିଜର ପ୍ରତିଷ୍ଠା ବଜାଇ ରଖିବାପାଇଁ ବିଭିନ୍ନ ବିଭିନ୍ନ ବ୍ୟାଙ୍କ୍ ରୁ ଋଣ ଆଣି କମ୍ପାନୀ କତୃପକ୍ଷ ପରିଶୋଧ କରିପାରି ନଥିଲେ ଏହାଫଳରେ ଅର୍ଥ ଆଦାୟ ପାଇଁ କିଛି ବ୍ୟାଙ୍କ ଏନ୍ ସି ଏଲ୍ ଟି ରେ ମାମଲା ରୁଜ୍ଜୁ କରିଥିଲାବେଳେ ଅଦାଲତରେ ଶୁଣାଣି ଅନୁସାରେ ଶିଳ୍ପପତି ଇନ୍ଦ୍ରାଣୀ ପଟ୍ଟନାୟକଙ୍କୁ ଓ ଆଇ ଏସ ଏଲ କମ୍ପାନୀ ର ମାଲିକାନା ପ୍ରଦାନ କରିବାକୁ ସ୍ଥିର ହୋଇଛି। ଓଆଇଏସ୍୍ଏଲ୍ ଶ୍ରମିକ ସଂଗଠନ ପକ୍ଷରୁ ୧୯୬ ଜଣ କର୍ମଚାରୀ ଙ୍କୁ ମୋଟ ନକେୟା ପ୍ରାପ୍ୟ ୧୬ କୋଟି ୩୧ଲକ୍ଷ ଛଅହଜାର ୫୮୦ ଟଙ୍କା ଦେବାପାଇଁ ପୂର୍ବରୁ ଏକ ନିଷ୍ପତ୍ତି କରାଯାଇଥିଲା କିନ୍ତୁ ଶିଳ୍ପପତି ଇନ୍ଦ୍ରାଣୀ ପଟ୍ଟନାୟକ ଏହି ରାଶିର ମାତ୍ର ୪୮.୪୨ ପ୍ରତିଶତ ଅର୍ଥାତ୍ ସାତ କୋଟି ନବେ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଅବଶିଷ୍ଟ ରାଶି ପାଇବା ନିମନ୍ତେ କାରଖାନାରେ କାମକରୁଥିବା ଶ୍ରମିକମାନେ ବୁଧବାର ଓ.ଆଇ.ଏସ୍.ଇଲ୍ କଲୋନୀ ପରିସରରେ ଶ୍ରମିକ ସଙ୍ଗଠନ ସିଆଈଟିୟୁ ନେତୃତ୍ବରେ ଏକ ବୈଠକରେ ଏକତ୍ରିତ ହୋଇଥିଲେ ଏହି ବୈଠକରେ କର୍ମଚାରୀ ଓ ଠିକାଦାର ମାନଙ୍କୁ ସମ୍ପୂର୍ଣ ବକେୟା ରାଶି ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ବୈଠକରେ ସିଆଈଟିୟୁର ବରିଷ୍ଠ ନେତା ବିଷ୍ଣୁ ମହାନ୍ତି, ରାଜ୍ୟ ସଭାପତି ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ଉପସଭାପତି ଯଯାତି କେଶରୀ ସାହୁ , ଜିଲ୍ଲା ସମ୍ପାଦକ ରାଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ସମେତ ଓଆଇଏସ୍୍ଏଲ୍ର କର୍ମଚାୀ ଓ ଠିକାଦାର ମାନେ ଉପସ୍ଥିତ ଥିଲେ ଏହି ଅବସରରେ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଓଆଇଏସଏଲ୍ ପକ୍ଷରୁ କରୋନା ଆଳରେ କମ୍ପାନୀ ବନ୍ଦ କରିବା ସମ୍ପର୍କରେ କହିଥିଲେ ଏହା ସହିତ କର୍ମଚାରୀମାନଙ୍କ ପାଇଁ ଆଇନ ଓ ନିୟମ ଅନୁଯାୟୀ ସମସ୍ତ ବକେୟା ଦେବା ନିମନ୍ତେ ଦାବି କରିଛନ୍ତି ଏହା ସହିତ କାରଖାନାକୁ ନୂତନ ମାଲିକାନା ନେବାକୁ ଥିବା କର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନିମନ୍ତେ ଶ୍ରୀ ମହାନ୍ତି ଦାବି କରିଛନ୍ତି