ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଶୁକ୍ଳ ମେଗା ଚକ୍ଷୁ ପରୀକ୍ଷା ଶିବିର ଆରମ୍ଭ

1 min read
Spread the love

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ତଥା ଜନକଲ୍ୟାଣ ଯୋଜନାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାର ସଂକଳ୍ପ ନେଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା ଶିବିର କରି ଉପଯୁକ୍ତ ଚିକିତ୍ସା ସହିତ ଚଷମା ଯୋଗାଇବାର ବିରାଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ହଂସରାଜ ଜୈନ୤ ଶ୍ରୀ ଜୈନ ସମ୍ପ୍ରତି ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ବିଜେଡି ରାଜ୍ୟ ସମ୍ପାଦକ ଅଛନ୍ତି୤ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ରାଉରକେଲାର ଜୟପ୍ରକାଶ ଚାରିଟେବଲ ଟ୍ରଷ୍ଟ ଓ ଜୟପ୍ରକାଶ ହସ୍ପିଟାଲ ର ମିଳିତ ଉଦ୍ୟମରେ ପ୍ରତ୍ୟେକ ଜରୁରୀ ଆଖିରୋଗୀଙ୍କ ପାଖକୁ ବିନା ମୂଲ୍ୟରେ ସମସ୍ତ ବ୍ୟବସ୍ଥା ଯୋଗାଇବା ପଦକ୍ଷେପ ନେଇଛନ୍ତି ଶ୍ରୀ ଜୈନ୤ ଏହି କ୍ରମରେ ଗୁରୁବାର ଦିନ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ତୁରେଇକେଲା ବ୍ଲକ ମହଖଣ୍ଡ ଠାରେ ଶେଷ କରିବାର ନିଷ୍ପତ୍ତି ନେଇଛନ୍ତି ଶ୍ରୀ ଜୈନ l ପ୍ରତ୍ୟେକ ଦିନ ରୋଗୀମାନଙ୍କ ପାଇଁ ଅସ୍ତ୍ରୋପଚାର, ଚଷମା ପ୍ରଦାନ ଓ ଅନ୍ୟାନ୍ୟ ଡାକ୍ତରୀ ପରାମର୍ଶ ସହିତ ବିନା ମୂଲ୍ୟରେ ସମସ୍ତ ସାମଗ୍ରୀ ଓ ଚିକିତ୍ସା ଯୋଗାଇବା ବ୍ୟବସ୍ଥା କରାଯାଇଛି l

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁରୁବାର ମୋଟ ୧୬୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟ୍ୟରୁ ୮୪ ଜଣଙ୍କୁ ପାୱାର ଚଷମା ପାଇଁ ଚିହ୍ନଟ କରାଯିବା ସହିତ ୨୨ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରି ସମସ୍ତଙ୍କ ଆବଶ୍ୟକ ବ୍ୟବସ୍ଥା କରାଯାଇଛି୤ ଏହି ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ବାଙ୍କେଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଲଖନ ଦୋରା, ପ୍ରାକ୍ତନ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ପଦ୍ମନ ଗିଭେଲା, ତୁଷାର ବାଗ, ଚନ୍ଦ୍ର ବାଗ, ପୂର୍ଣ୍ଣ ସାହୁ, ଦୁଲମଣୀ ସାହୁ, ନିରଞ୍ଜନ ଗିଭେଲା, ମେଘ ବାଗ, ନିରଞ୍ଜନ ପ୍ରଧାନୀ, ଦେବେନ୍ଦ୍ର ପାଣିଗ୍ରାହୀ, ବୃଷଭ ଗିଭେଲାଙ୍କ ଅମେତ ବିଜେଡି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ପ୍ରମୁଖ୤

Leave a Reply

Your email address will not be published. Required fields are marked *

error: Content is protected !!