ବନ୍ଧମୁଣ୍ଡା ‘ଡି’ କ୍ୟାବିନ ଅଞ୍ଚଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଫିଟ୍ନେସ ପାର୍କକୁ ନେଇ ଅସନ୍ତୋଷ
1 min read
ଗତ କିଛିମାସ ପୂର୍ବେ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବନ୍ଧମୁଣ୍ଡା ‘ଡି’ କ୍ୟାବିନ ଅଞ୍ଚଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଫିଟ୍ନେସ ପାର୍କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ପାର ନିର୍ମାଣ ହେବା ଆରମ୍ଭ ପରେ ସ୍ଥାନୀୟ ବାସିନ୍ଦା ଖୁସି ଥିଲେ। କିନ୍ତୁ ଗତ କିଛିମାସ ଧରି ପାର୍କ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏହାର ଠିକ ବ୍ୟବହାର କରି ପାରୁନାହାଁନ୍ତି।

ଏ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଜଣାଇଥିଲେ ମଧ୍ୟ କିଛି ଫଳ ହେଉନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଯଥାଶୀଘ୍ର ଏ ନେଇ ପଦକ୍ଷେପ ନିଆ ନଗଲେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଜଣେ ସ୍ଥାନୀୟ ସାମାଜିକ କର୍ମୀ। କାରଣ ଅଧାପନ୍ତରିଆ ପାର୍କ ନିର୍ମାଣ ଯୋଗୁଁ ଏହାକୁ ବ୍ୟବହାର କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତି ସମସ୍ୟାରେ ପଡ଼ୁଛନ୍ତି।