ବଲାଙ୍ଗୀର ଜିଲ୍ଲାରେ ଥମିନି କଫ୍‌ ସିରପ୍ ବ୍ୟାପାର : ପୁଣି ଜବତ ହେଲା ୬୩୯ ବୋତଲ

1 min read
Spread the love

ବଲାଙ୍ଗୀର ଜିଲ୍ଲା ରେ ବିଗତ ଦିନରେ ବିପୁଳ ପରିମାଣ ର ବେଆଇନ୍ ଏସ୍‌କଫ୍‌ ନାମକ ନିଶା ଯୁକ୍ତ କଫ ଶିରପ ଜବତ ସହ ରାଜ୍ୟ ବାହାର ଓ ରାଜ୍ୟ ର ଅନେକ ଙ୍କୁ ଗିରଫ କରାଯାଇଥିଲା। ଏପରିକି ଜିଲ୍ଲା ଆରକ୍ଷୀ ଅଧିକାରୀ ମିଶନ କ୍ଲିନ୍ କ୍ରିମିନାଲ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସଫଳ ହୋଇଥିଲେ। ହେଲେ ଏହି ସିରଫ୍ ପ୍ରସ୍ତୁତି କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ସତ୍ତ୍ବେ ଏହି କାରବାର ଅଧିକ ମାତ୍ରା ରେ ଚାଲିଛି ତଥା ୨୫୦ ରୁ ୩୦୦ ଟଙ୍କା ରେ ବିକ୍ରୀ ହେଉଥିବା ସୀରପ ଏବେ ୬୦୦ ରୁ ୭୦୦ ଟଙ୍କା ରେ ବୀକ୍ରି ଚାଲିଛି । ଜିଲ୍ଲା ର ବ୍ୟବସାୟୀ ଙ୍କ ନିକଟରେ ସିରଫ ଗଚ୍ଛିତ ରହିଥିବା ବେଳେ ଅଧିକ ଲାଭ ରେ ବିକ୍ରୀ ଚାଲିଥିବା ସୂଚନା ମିଳିଛି। ଏହି କ୍ରମରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ବେଆଇନ୍ ନିଶା କଫ ସିରଫ ଚାଲିଥିବା ହରିଶଙ୍କର ଯାତ୍ରାରେ ବିକ୍ରୀ କରୁଥିବା ବେଳେ ଖପ୍ରାଖୋଲ ପୁଲିସ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।  ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତାଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବେଲପଡାର ଲୋକେସ ନାଏକ, ବରଗଡ ଜିଲ୍ଲା ପଦ୍ମପୁର ସତିଭଟାର ଗ୍ରାମର ବବଲୁ ତ୍ରିପାଠୀ ଓ ବଡବନ୍ଦ ପଡାର ଦୁର୍ଯ୍ୟୋଧନ ସାହୁ। ଏହା ସହିତ ପୁଇଁତଲା ଥାନା ଅନ୍ତର୍ଗତ ଭୁରସିପାଲି ଗାଁର ରଞ୍ଜନ ସ୍ବାଇଁ, ବଲାଙ୍ଗୀର ହାତିସାଲ ପଡାର ଶ୍ରୀକାନ୍ତ ବେହେରା। ଏହି ଅଭିଯୁକ୍ତଙ୍କ ନିକଟରୁ ବ୍ୟବହାର କରୁଥିବା ୨ ଟି କାର ଓ ୨ଗୋଟି  ବାଇକ୍ ସହ ୧୩୦୦ ଟଙ୍କା ଓ ସେମାନେ ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିଛି। ସୂଚନା ଅନୁସାରେ ଗତ ମଧ୍ୟ ରାତ୍ରୀରେ ବଜଲସାଗରୁ ଗମ୍ଭାରୀ ଯିବା ରାସ୍ତାରେ ଏକ ସ୍ବିଫ୍ଟ ଡିଜେୟାର , ମାରୁତି ସେଣ୍ଟ୍ରୋ,ବୁଲେଟ ଓ ୟାମାହା ବାଇକ ସହ କିଛି ଯୁବକ ଏକତିତ୍ର ହୋଇ ବାର୍ତ୍ତାଳାପ କରୁଥିଲେ। ବାର୍ତ୍ତାଳାପ ସହ ଗୋଟିଏ କାରରୁ ଅନ୍ୟଏକ କାରକୁ କିଛି କାଟୁନ ପେଟି ଏପଟସେଏପଟ କରୁଥିଲେ। ସେହି ରାସ୍ତା ଦେଇ ହରିଶଙ୍କର ମହୋତ୍ସବ ଦେଖି ଫେରୁଥିବା କିଛି ଯୁବକ ସେମାନଙ୍କୁ ସନ୍ଦେହ କରି ଖପ୍ରାଖୋଲ ପୁଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଦଳ ସେଠାରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲା। ଯୁବକ ମାନେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ପୁଲିସ ସନ୍ଦେହକରି ଉଭୟ କାର୍ ଯାଞ୍ଚ କରିଥିଲା କାର୍‌  ରୁ  ୬୩୯ ବୋତଲ କଫ ସିରଫ୍ ଜବତ କରିଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!