ସ୍ମାର୍ଟ ସିଟିରେ ନିମ୍ନ ମାନର ରାସ୍ତା ନିର୍ମାଣ : ରାସ୍ତା ଧସି ଗାତରେ ପଡ଼ିଲା ଗାଡ଼ି
1 min read
ଗତ କିଛିମାସ ମଧ୍ୟରେ ରାଉରକେଲା ସ୍ମାର୍ଟ ସିଟି ଅଞ୍ଚଳରେ ତିଆରି ହୋଇଥିବା ରାସ୍ତା ନିମ୍ନ ମାନର ବା ଆବଶ୍ୟକ ମାନର ହୋଇ ନଥିବାକୁ ଅନେକ ଅଭିଯୋଗ ହୋଆସୁଛି। ଏହି କ୍ରମରେ ବୁଧବାର ବାସନ୍ତୀ କଲୋନୀ ଅଞ୍ଚଳର ଡିଏଲ ଛକ ନିକଟରେ ନିର୍ମିତ ରାସ୍ତାର କିଛି ଅଂଶ ଦବି ଯିବାରୁ ଏକ ଗାଡ଼ି ଗାତରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ କିଛିଦିନ ପୂର୍ବେ ପାଣି ପାଈପ ଫାଟି ଥିବା ନେସନ ଫାଷ୍ଟ ଟିଭି ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ।