ବଣେଇ ହାଟ ନିକଟରୁ ବନ ବିଭାଗ ଦ୍ବାରା ବିରଳ ପେଚା ଉଦ୍ଧାର
1 min read
ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଅଞ୍ଚଳର ସପ୍ତାହିକି ହାଟ ନିକଟରେ ଥିବା ଏକ ବିରାଟ ବୃକ୍ଷ ରୁ ଏକ ବଡ଼ ତଥା ବିରଳ ପେଚା ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ହାଟ ପାଖରେ ଥିବା ଏକ ଗଛ ଉପରେ ବିରଳ ପେଚା ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ପେଚାଟି ଗୋଟାଏ ସ୍ଥାନରୁ ଆଉ ଘୁଞ୍ଚୁ ନଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ ଉପରେ ବସିଥିବା ପେଚାକୁ କୌଶଳ କ୍ରମେ ଉଦ୍ଧାର କରିବା ପରେ ତା’ର ଏକ ଡେଣାରେ ଆଘାତ ଲାଗିଥିବା ଜଣାପଡ଼ିଥିଲା। ଏହା ଦେଖିବା ପରେ ବନବିଭାଗ କର୍ମଚାରୀ ପେଚାକୁ ଡାକ୍ତରୀ ଚିକିତ୍ସା କରିବା ବ୍ୟବସ୍ଥା କରିଥିଲେ। ପେଚା ସୁସ୍ଥ ହେଲେ ତାକୁ ବଣାଇଁ ଡିଫଓଙ୍କ ନିର୍ଦେଶ କ୍ରମ୍,ଏ ନନ୍ଦନକାନନ କିମ୍ବା ଘଞ୍ଚ ଜଙ୍ଗଲରେ ଛଡା ଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।