୫ଟି ହାଇସ୍କୁଲ ରୂପାନ୍ତରିଣ କାର୍ଯ୍ୟକ୍ରମରେ ଆର୍ଇସି କ୍ୟାମ୍ପସ୍ ଉଚ୍ଚ ବିଦ୍ୟଳୟର ନବୀକୃତ ଗୃହ ଉଦ୍ଘାଟିତ
1 min read
ରାଉରକେଲା ସହରର ଅନ୍ୟତମ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍ ଇ ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ ରାଉରକେଲା ୫ଟି ବିଦ୍ୟାଳୟ ର ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଦ୍ଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ର ୬୭ ଟି ବିଦ୍ୟାଳୟକୁ ରାଜ୍ୟର ଅନ୍ୟ ବିଦ୍ୟାଳୟ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଏହି କ୍ରମରେ ଆର୍ ଇ ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟକୁ ଵିଵିଧ ଆଲୋକ ରେ ସଜ୍ଜିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏନ୍ ଆଇ ଟି ରାଉରକେଲା ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ବରିଷ୍ଠ ଅଧିକାରୀ ବାମଦେବ ଆଚାର୍ଯ୍ୟ, ସମ୍ମାଣିତ ଅତିଥିଭାବେ ଅନୀଲ କୁମାର ସିଂ, ପ୍ରଫେସର ରାମକୃଷ୍ଣ ବିଶ୍ବାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପ୍ରଶାନ୍ତ ପତି, ବରିଷ୍ଠ ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ ଓ ସୁସ୍ମିତା ମହାପାତ୍ର, ଶିକ୍ଷାବିତ ଜ୍ୟୋସ୍ନା ପଟ୍ଟନାୟକଙ୍କ ସମେତ ବିଶ୍ରା ବ୍ଲକ୍ ଏଵିଈଓ କିଶୋର କୁମାର ପତିଙ୍କ ସମେତ ତଥା ଵହୁ ଅଭିଭାବକ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପ୍ରଫେସର ରାଓ ସରକାରୀ ଓ ବେସରକାରୀ ସ୍କୁଲର ଅନେକ ଉଦାହରଣ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ଆଗାମୀ ଦେଶର ଭବିଷ୍ୟତ ବୋଲି କହିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲେଡିସ କ୍ଲବ ର ସଂପାଦିକା ସ୍ମୃତିଶିଖା ଵଳ, ପରିଚାଳନା କମିଟି ର ଅଧ୍ୟକ୍ଷା ନର୍ମଦା ସାହୁ, ମାତୃ କମିଟି ର ଲିଲି ଚୌଧୁରୀ, ଛାତ୍ରୀ ସୁଶ୍ରୀ ଜୟନ୍ତୀ ସାହୁଙ୍କ ସମେତ ଅନ୍ୟ କିଛି ଛାତ୍ରଛାତ୍ରୀ ୫ଟି ବିଦ୍ୟାଳୟ ବ୍ୟବସ୍ଥା ସମ୍ପର୍କରେ ଉପରେ ମତାମତ ରଖିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଶିକ୍ଷକ ଅଜୟ କୁମାର ରାଉତ, ସୀତା ରାମ ସାହୁ,ଅଜୟ ପାଣି, ଛଵିରାଣୀ ପ୍ରଧାନ, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ସରସ୍ଵତୀ ନାୟକ, ଅନ୍ନପୂର୍ଣ୍ଣା ସାହୁ, ମମତା ସେନାପତି, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ, ଵିନତା ଦେଵୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସମ୍ମାନୀତ ଅତିଥିମାନେ ୫ଟି ଅନ୍ତର୍ଭୁକ୍ତ ସମସ୍ତ କୋଠରୀ ଗୁଡିକ ପରିଦର୍ଶନ କରିଥିଲେ। ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ, ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଶିକ୍ଷକ ସରୋଜ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।