ରେଳବାଇ ଏସ୍‌ପି ଅରୁଣ ଜେନାଙ୍କୁ ଯାଜପୁର ଅଞ୍ଚଳ ବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧନା

1 min read
Spread the love

ରାଉରକେଲା ରେଳବାଇ ପୋଲିସରେ ଏସ୍‌ପିଭାବେ କାର୍ଯ୍ୟରତ ଅରୁଣ କୁମାର ଜେନାଙ୍କୁ ଯାଜପୁର ଅଞ୍ଚଳର କିଛି ବାସିନ୍ଦା ସମ୍ବର୍ଦ୍ଧିତ କରିଛନ୍ତି। ଯାଜପୁର ସ୍ଥିତ ବିରଜା ସାଂସ୍କୃତିକ ସଂଘର ଆବାହକ ବିବେଜାନନ୍ଦ ମହାନ୍ତି ଏବଂ ଶ୍ରୀ ଜେନାଙ୍କ କିଛି ସହପାଠୀ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ଜେନା ଚଳିତମାସ ନିଜ ଚାକିରି ଜୀବନରୁ ଅବସର ନେବାକୁ ଯାଉଛନ୍ତି। ଏହି କ୍ରମରେ ତାଙ୍କ ଭଳି ଯଜପୁର ଜିଲ୍ଲାର ଜଣେ ସୁପୁତ୍ର ଓ ଭଲ ମଣିଷଙ୍କୁ ସମ୍ବର୍ଦ୍ଧିତ କରିଥିବା କହିଛନ୍ତି ଶ୍ରୀ ମହାନ୍ତି। ଏହି ଅବସରରେ ଶ୍ରୀ ଜେନାନଙ୍କର ଜୀବନ ସୁଖମୟ ହେବା ନିମନ୍ତେ ସେମାନେ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯାଜପୁରରୁ ଆସିଥିବା ବିଦ୍ୟାଧର ସାହୁ, ଅଶୋକ ଦେଓ, ରୁଦ୍ର ନାରାୟଣ ଜେନା ଓ ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!