ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟି ଓ ରିମ୍‌ ରୋଟ୍ରାକ୍ଟ କ୍ଲବ୍‌ ପକ୍ଷରୁ ମଇ ଦିବସ ଉପଲକ୍ଷେ ପାନୀୟ ବଣ୍ଟନ

1 min read
Spread the love

ଅନ୍ତର୍ଜାତୀୟ ମଇ ଦିବସ ପାଳନ ଅବସରରେ ରାଉରକେଲା ସହରର ରିମ୍‌ସ ଶିକ୍ଷାନୁଷ୍ଠାନ ସମ୍ମୁଖରେ ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟି ଓ ରିମ୍‌ ରୋଟ୍ରାକ୍ଟ କ୍ଲବ୍‌ ପକ୍ଷରୁ ଟଙ୍କ ତୋରାଣି  ପାନୀୟ ବଣ୍ଟନ କରାଯାଇଛି। ରାହତ ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଅବସରରେ ହୋଇଥିବା ଏକ ସଭାରେ ରିମ୍‌ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟିର ଅଧ୍ୟକ୍ଷା ଅର୍ଚ୍ଚନା ମହାନ୍ତି, କ୍ଲବ୍‌ର ଉପଦେଷ୍ଟା ଡ ଅଞ୍ଜନା ମଇତ୍ର ସିହ୍ନାଙ୍କ ସମେତ କ୍ଲବ୍‌ର ଟୁନିଦେବି ସାହୁ, ସନ୍ଧ୍ୟା ସାହୁ ଓ ଚମ୍ପାବତ ଅମାତଙ୍କ ସମେତ ରିମ୍‌ସ ରୋଟ୍ରାକ୍ଟ କ୍ଲବ୍‌ର ସଭାପତି ଦେବାଂଶୁ ଦାସ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରିମ୍‌ସର ଉପାଧ୍ୟକ୍ଷା ଡ ଆର୍ଯ୍ୟ ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ପ୍ରଫେସର ଶିଦ୍ଧାର୍ଥ ଶଙ୍କର ପ୍ରଧାନ ଓ ପ୍ରଫେସର ଗାୟତ୍ରୀ କୁରୁପ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!