ଆଇଏନ୍‌ଟିୟୁସି ଓ ସିଆଇଟିୟୁ ଶ୍ରମିକ ସଙ୍ଗଠନ ପକ୍ଷରୁ ମଇ ଦିବସ ପାଳିତ

1 min read
Spread the love

ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଅନ୍ତର୍ଜାତିକ ମଇ ଦିବସ ରାଜଗାଙ୍ଗପୁର ସ୍ଥିତ ଆଇଟି କଲୋନୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଏନ୍‌ଟିୟୁସି ରାଜ୍ୟନେତା କୈଳାସ ସାହୁ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ ଓ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସିଆଇଟିୟୁର ରାଜ୍ୟ କମିଟି ସଦସ୍ୟ ତଥା ଜିଲ୍ଲା ଉପସଭାପତି ଯଯାତୀ କେଶରୀ ସାହୁ, ଯୁବ ଆଇଏନ୍‌ଟିୟୁସି ନେତା ଅଜୟ ପାଇକରାୟ, ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣ ଚନ୍ଦ୍ର ରାଉତ, ସିଆଇଟିୟୁ ନେତା ଶିଶିର ସା, ସମାଜସେବୀ ତଥା ଏଚ୍‌ଏମ୍‌ଏସ୍‌ ନେତା ଅମରେଶ ପଣ୍ଡା, ଜିତେନ୍ଦ୍ର ଦାଶ, ରାଜେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ୮ ଘଣ୍ଟାର ଦାବି ନେଇ ଗତ ୧୮୮୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହୋ ମାର୍କେଟରେ ଲକ୍ଷ ଲକ୍ଷ ଶ୍ରମିକ ଲଢେଇ କରି ଏହି ଦାବି ହାସଲ କରିଥିଲେ। ପରେ ଯେତେଗୁଡିଏ ଶ୍ରମ ଆଇନ ହୋଇଛି ସେସବୁ ଶ୍ରମିକମାନେ ଲଢେଇ କରି ନିଜ ସପକ୍ଷରେ କରିପାରିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଶ୍ରମିକମାନଙ୍କର କଷ୍ଟ ଉପାର୍ଜିତ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଲେବର କୋଡରେ ପରିଣତ କରିଛନ୍ତି। ଫଳରେ ଶ୍ରମିକମାନେ ତାଙ୍କ ନ୍ୟାର୍ଯ୍ୟ ଅଧିକାର ପାଇପାରିବେ ନାହିଁ। ନରେନ୍ଦ୍ର ମୋଦି ସରକାରକୁ ଆସିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦର ୩ ଗୁଣା ବୃଦ୍ଧି ହୋଇଛି। ବିଭିନ୍ନ ଟିକସ ମାଧ୍ୟମରେ ଜନସାଧାରଣଙ୍କୁ ଲୁଟ୍‌ କରାଯାଉଛି। ବେକାରୀ ସମସ୍ୟା ରେକର୍ଡ କରିଛି। କର୍ପୋରେଟ୍‌ ପୁଞ୍ଜିପତିମାନଙ୍କୁ ୧୦ ଲକ୍ଷ କୋଟି ଟଙ୍କା ଋଣ ଛାଡ କରାଯାଇଛି। ଏ ସରକାର ପୁଞ୍ଜିପତିମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ଶ୍ରମିକ, କୃଷକଙ୍କ ପ୍ରତି ଅବିଚାର, ଅନ୍ୟାୟ ଓ ବିରୋଧି ଆଇନ ପାର୍ଲିଆମେଣ୍ଟରେ ବିନା ବିପକ୍ଷ ଦଳ ସହ ଆଲୋଚନାରେ ପାରିତ କରାଯାଇଛି। ଶ୍ରମିକ ଦିବସ ଅବସରରେ ବିଭିନ୍ନ ଶ୍ରମ ସଙ୍ଗଠନର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବା ସହ ଶ୍ରମିକ ସମାବେଶ ଓ ଶୋଭାଯାତ୍ରା ସଙ୍ଗଠିତ କରାଯାଇଥିଲା। ଆଇଏନ୍‌ଟିୟୁସିର ରାଜଗାଙ୍ଗପୁର କାର୍ଯ୍ୟାଳୟ ଠାରେ ଶ୍ରମିକ ଶ୍ରେଣୀର ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ମୁଖପାତ୍ର ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଓବିସି ବିଭାଗର ରାଷ୍ଟ୍ରୀୟ ସଂଯୋଜକ କୈଳାସ ସାହୁ ପତାକା ଉତ୍ତୋଳନ କରିଥିଲେ।

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଇଏନ୍‌ଟିୟୁସି ସହବନ୍ଧିତ ଖଣି ଶ୍ରମିକ, ଇସ୍ପାତ ଶ୍ରମିକ, ଠିକା ଶ୍ରମିକ, କୋଇଲା ଶ୍ରମିକ, ଶିଳ୍ପ ଶ୍ରମିକ, ନିର୍ମାଣ, ବ୍ୟବସାୟିକ ପ୍ରତିଷ୍ଠାନର ଶ୍ରମିକ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ସଭା ମାଧ୍ୟମରେ ଶ୍ରମିକ ଦିବସ ପାଳନ କରିଥିଲେ। ଆୟୋଜିତ ଶ୍ରମିକ ସମାବେଶରେ ଶ୍ରମିକ ଶ୍ରେଣୀ ଓ ମାନବ ସଭ୍ୟତା ପାଇଁ ଏକମାତ୍ର ବିକଳ୍ପ ହେଉଛି ସମାଜବାଦୀ ବୋଲି ମତ ପ୍ରକାଶ ପାଇଥିଲା। ମଇ ପହିଲାର ଇତିହାସ ହେଉଛି ସଂଘର୍ଷମୟ ଇତିହାସ। ଆଜିର ଦିନରେ ଶ୍ରମିକ ଶ୍ରେଣୀ ଶପଥ ଗ୍ରହଣ କରିବାର ଆବଶ୍ୟକ ରହିଛି। ଆଜି କେନ୍ଦ୍ର ସରକାର ଦେଶର ଶ୍ରମିକ, କୃଷକଙ୍କ ବିରୋଧରେ ଯେଉଁ ଆକ୍ରମଣ କରି ଚାଲିଛନ୍ତି ତା ବିରୁଦ୍ଧରେ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ସେ ଆହ୍ୱାନ କରିଥିଲେ। ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ସିସିୟୁଏ ଜିଲ୍ଲା ଆବାହକ, ମିଳିତ ଆଇଏନ୍‌ଟିୟୁସିର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଅଜୟ ପାଇକରାୟ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଶ୍ରମ ଆଇନ‌୍‍କୁ ସୁରକ୍ଷିତ କରିବା ପାଇଁ ମିଳିତ ଆନ୍ଦୋଳନ ଜୋରଦାର କରିବାକୁ ମିଳିତ ମଞ୍ଚ ଆହ୍ୱାନ ଜଣାଇଛି। ଏଥିରେ ଶ୍ରମିକନେତା ମନସିଦ ବାର୍ଲା, ଯୋଗେଶ ମିଞ୍ଜ, ସୁକାନ୍ତୀ ଟେପ୍ପା, ସିବେଷ୍ଟିନ କେର୍କେଟା ପ୍ରମୁଖ ସହଯୋଗ କରିଥିବା ବେଳେ ଅଜୟ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!