ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ ଶିବିର

1 min read
Spread the love

ରାଉରକେଲା ସହରର ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ ଶିବିର୤ ଏହି ଶିବିର ମାଧ୍ୟମରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ମୋଟ ୨୧୩ ଜଣ ୮ ରୁ ୧୨ ବର୍ଷର ବାଳକ ଓ ବାଳିକାଙ୍କୁ ହକି ଖେଳ ସମ୍ପର୍କୀତ ପ୍ରଶିକ୍ଷଣ ଦିଆଯିବ୤ ଏହି ଶିବିର ଉଭୟ ସକାଳ ଓ ସନ୍ଧ୍ୟା ସମୟରେ କରାଯିବ ବୋଲି ସୂଚନା ଦିଆଯାଇଛି୤ ଏହି ଶିବିର ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି୤ ଉଦ୍‌ଘାଟନୀ ଅବସରରେ ସ୍ବତନ୍ତ୍ର ଅତିଥିଭାବେ ରାଜ୍ୟ ସରକାରଙ୍କ କ୍ରିଡ଼ା ବିଭାଗର ଉପ ନିର୍ଦ୍ଦେଶକ ତଥା ଅଲିମ୍ପିଆନ ହକି ଖେଳାଳୀ ଲାଜାରୁସ ବାର୍ଲା୍ଙ୍କ ସମେତ ବରିଷ୍ଠ ହକି ପ୍ରଶିକ୍ଷକ ଏଡ୍‌ୱିନ ମୋରିସ, ପ୍ରଫୁଲ୍ଲ ତିର୍କି, ସୁଜିତ ଲାକ୍ରା, ରାଜନ ଏକ୍କାଙ୍କ ସମେତ ବରିଷ୍ଠ ହକି ପ୍ରଶିକ୍ଷକ ତଥା କ୍ରିଡ଼ା ବିଭାଗର ଓଏସ୍‌ଡି କାଳୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!