କଲଚ଼ରାଲ ଏକାଡେ଼ମୀ ପରିଚାଳିତ ସ୍କୁଲ ଅଫ୍‌ ଫାଇନ୍‌ ଆର୍ଟସର ବାର୍ଷିକ ସମାବର୍ତ୍ତନ ଏବଂ ପୁରସ୍କାର ବିତରଣ ଉତ୍ସବ

1 min read
Spread the love

ରାଉରକେଲା ସହରର ଅମ୍ୟତମ ଅନୁଷ୍ଠାନ କଲଚ଼ରାଲ ଏକାଡେ଼ମୀ ପରିଚାଳିତ ସ୍କୁଲ ଅଫ୍‌ ଫାଇନ୍‌ ଆର୍ଟସ୍‌ ବାର୍ଷିକ ସମାବର୍ତ୍ତନ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାଡେ଼ମୀର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମଲ ସ୍କୁଲ ଅଫ୍‌ ଫାଇନ୍‌ ଆର୍ଟସ୍‌ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏକାଡେ଼ମୀର ଉପସଭାପତି ପଶୁପତିନାଥ ଚାଟ୍ଟାର୍ଜୀ ଅଧ୍ୟକ୍ଷତା କରିବା ସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଭୂପେନ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଚିତ୍ରକଳା ଏବଂ ସାହିତ୍ୟ ଭିତରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଥିଲେ। ଚିତ୍ରକରଟି ଯେମିତି ରଙ୍ଗତୁଳୀରେ ସାହିତ୍ୟ ସୃଷ୍ଟି କରେ, ସେହିପରି ସାହିତ୍ୟିକ ଶବ୍ଦର ରଙ୍ଗରେ ଚିତ୍ରକଳା ସୃଷ୍ଟି କରେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ସ୍କୁଲ ଅଫ୍‌ ଫାଇନ୍‌ ଆର୍ଟସ୍‌ର ଅଧ୍ୟକ୍ଷ ଗୋକୁଳାନନ୍ଦ ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହାପରେ ବିଦ୍ୟାଳୟଦ୍ୱାରା ଅନୁଷ୍ଠିତ ୪୯ତମ ଏବଂ ୫୦ତମ ଶିଳ୍ପୀଗୁରୁ ବିମ୍ୱାଧର ବର୍ମା ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ କାଶୀନାଥ ପାତ୍ର, ପୁର୍ଣ୍ଣଚନ୍ଦ୍ର ମାହାତୋ, ଶ୍ରୀମତୀ ରୀନୁ ପ୍ରଧାନ ସହଯୋଗ କରିଥିଲେ। ଏହି ଅବସରରେ ଏକାଡେ଼ମୀର ସଦସ୍ୟ  କେଦାର ପ୍ରଧାନ, ବିଜୟ ରାୟ, ବଳରାମ ରାଉଳ, ମୀନକେତନ ପଶାୟତ, ଡ. ନଗେନ ଦାସ, ଅକ୍ଷୟ ପଣ୍ଡା, ସୁକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋକୁଳାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!