ବଲାଙ୍ଗୀର ଜିଲ୍ଲାରେ ଜାଲ ନୋଟ କାରବାର: ମାଷ୍ଟର ମାଇଣ୍ଡ କୁ ନେଇ ଚର୍ଚ୍ଚା
1 min read
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳ ରେ ବିଗତ ଦିନରେ ଲକ୍ଷାଧିକ ଟଙ୍କା ର ଜାଲ ନୋଟ ଜବତ କରାଯାଇଥିବା ବେଳେ ସ୍ୱତନ୍ତ୍ର ଏସ ଟି ଏଫ୍ ଟିମ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୁଚନା ଦେଇଥିଲା। ଏହି ଜାଲ ନୋଟ କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ ତଥା ଟିଟିଲାଗଡ ବଣିକ ସଂଘ ର ଜଣେ ବରିଷ୍ଟ ସଦସ୍ୟ ଙ୍କ ଏହି କାରବାର ରେ ସଂଶ୍ଳିଷ୍ଟ ଥିବା ଚର୍ଚ୍ଚା ଜୋର ଧରିି ଥିଲା । ଏହା ପରେ ଟିଟିଲାଗଡ ଓ କଣ୍ଟାବାଞ୍ଜି ସହର ର ଅନ୍ୟ ଦୁଇ ଅଣ ଓଡ଼ିଆ ବ୍ୟବସାୟୀ ଅର୍ଥ ବଳରେ ତଦନ୍ତ କୁ ଚପେଇ ଦେବା ଉଦ୍ୟମ କରି ଏହି କାରବାର ଛତିଶଗଡ ରାଜ୍ୟ ରୁ ଚଲେଇ ଥିବା ଦର୍ଶାଇବା ସହ ଜିଲ୍ଲା ର ଖପ୍ରାଖୋଲ ଆଦି କେତେକ ବ୍ୟକ୍ତି ଙ୍କୁ ହାତ ବାରିଶି କରି ନଗଦ ଟଙ୍କା ସହ କୋର୍ଟ ଚାଲାଣ କରାଯାଇ ନିଜେ ସୁରକ୍ଷିତ ରହିଥିବା ଗୋପନୀୟ ତଥ୍ୟ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି। ଅନ୍ୟପକ୍ଷରେ ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ସ୍ଥାନୀୟ ଥାନାଧିକାରୀ ରଞ୍ଜନ କୁମାର ବରିହା ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଟିମ ଗଠନ କରି ରବିବାର ଦିନ ଟିଟିଲାଗଡ ନିକଟସ୍ଥ ନାରେନ ଗ୍ରାମର ଦୁର୍ଗା ମନ୍ଦିର ପଛପଟେ ଏହି ନକଲି ନୋଟ କାରବାରରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ମୁରିବାହାଲ ସିଲେଟପଡ଼ାର ଖିରୋଦ ରଣା, କଳାହାଣ୍ଡି ଜିଲ୍ଲା କେ ଗାଁର ଛବିଲାଲ ବାଗ, କଳାହାଣ୍ଡି ଜିଲ୍ଲା ତୁର୍ପି ଗ୍ରାମର ତୁରାଙ୍ଗ ବାଗ, କଳାହାଣ୍ଡି ଜିଲ୍ଲା କେ ଗାଁର କେଶବ ଭୋଇ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ସୂଚନା ମୁତାବକ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୧୦ ଲକ୍ଷ ୫୦ହଜାର ୪୦୦ ଟଙ୍କାର ଜାଲ ନୋଟ ସହିତ ଅଙ୍ଗଦ ଏକଲକ୍ଷ ୧୨ ହଜାର ଟଙ୍କା ଚାରୋଟି ମୋବାଇଲ ଫୋନ, ତିନୋଟି ମଟର ସାଇକେଲ ଜବତ କରାଯାଇଛି। ଏହି ଜାଲ ନୋଟ କାରବାରରେ ଆଉ କିଏ, କିଏ ସଂପୃକ୍ତ ଅଛନ୍ତି ସେ ବିଷୟରେ ସବିଶେଷ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି। ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ନିଜେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ କୁ ଯଥା ଶୀଘ୍ର ଗିରଫ କରିବା ନେଇ ବୁଦ୍ଧିଜବୀ ମହଲ ରେ ଦାବି ହୋଇଛି।