ରାଉରକେଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୩ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାରୋହ

1 min read
Spread the love

ଓଡିଶା କୋଠାବାଡ଼ି ଓ ଅନ୍ୟନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ ଓ ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟ, ରାଉରକେଲା ପକ୍ଷରୁ ଇସ୍ପାତ ନଗରୀ ରାଉରକେଲାର ସିଭିକ୍ ସେଣ୍ଟର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୩ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଜ୍ୟୋତୀ ନାୟକ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନା ବିଶ୍ୱ ଶ୍ରମ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜେନ ଏକ୍କାଙ୍କ ସମେତ ବରିଷ୍ଠ ଶ୍ରମିକ ନେତା ବୈଦ୍ୟନାଥ ଦାସ, ପ୍ରଶାନ୍ତ ବେହେରା, ବିଷ୍ଣୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଶ୍ରମିକ ନେତାମାନେ ଏହି ଅବସରରେ ମଇ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଶ୍ରମିକମାନଙ୍କର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମ ପରିଚୟ ପତ୍ର ଏବଂ ଅନ୍ୟ କିଛି ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଯାଇଥିଲା। ଏଥିରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ଶ୍ରମିକମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!