ରାଜଗାଙ୍ଗପୁରରେ କୁକୁଡ଼ା ଲଢେଇ ଜୁଆ ବେଳେ ପୋଲିସ ର ଚଢ଼ାଉ

1 min read
Spread the love

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା କୁକୁଡ଼ା ଲଢେଇ ଏବଂ ଖୁଡ଼ଖୁଡି ଜୁଆ ଖେଳ ଉପରେ ଅତର୍କିତ ଚଢ଼ାଉ l ସୂଚନା ମୁତାବକ ମାଲିଡିହି ଗ୍ରାମ ପତ୍ରା ଟୋଲୀ ରେ କୁକୁଡ଼ା ଜୁଆ ଖେଳ ଚାଲିଥିବା ବେଳେ ରାଜଗାଙ୍ଗପୁର ପୋଲିସ ଅଧିକାରୀ ବିଭତ୍ସ ପ୍ରଧାନ ଙ୍କୁ କୌଣସି ସୂତ୍ର ରୁ ଖବର ମିଳିଥିଲା l ଖବର ପାଇ ପୋଲିସ ଏକ ଟିମ ଗଠନ କରି କୁକୁଡ଼ା ଜୁଆ ଖେଳ ଆଡ୍ଡା ରେ ପହଞ୍ଚି ଥିଲେ l ସେଠାରେ ଖେଳାଡି ମାନେ ଖେଳ ରେ ମାତି ରହିଥିବା ଦେଖି ଚାରି ପଟେ ଘେରି ଛତିଶ ଜଣ ଜୁଆଡ଼ି, ୬ ଟି କୁକୁଡ଼ା, ତେର ଟି ମୋଟର ସାଇକେଲ, ଅଠେଈଶ ଟି ମୋବାଇଲ, ଗୋଟେ ବୋଲେରୋ ଏବଂ ଗୋଟିଏ ସୁଇପ୍ଟ କାର ସହ ନଗଦ ଆଣତିରିଶ ହଜାର ଏକ ଶହ ନବେ ଟଙ୍କା ଜବତ କରି ଥିଲେ l

ଏ ନେଇ ପୋଲିସ ପକ୍ଷ ରୁ ଥାନା ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି୤ ଏଥିରେ ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀ, ଥାନା ପ୍ରଭାରୀ ଵିଭତ୍ସ ପ୍ରଧାନ, ସବଇନ୍ସପେକ୍ଟର ଖଗପତି ବିଶ୍ୱାଳଙ୍କ ସମେତ ଆରୋପି ଏବଂ ଜବତ କରିଥିବା ସାମଗ୍ରୀ ସମ୍ପର୍କରେ ସୂଚନା ଦିଆଯାଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!