ଇସ୍ପାତ ଫିଟନେସ ପାର୍କ ସଦସ୍ୟଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ସହରସେବା ବିଭାଗର ମୁଖ୍ୟ ସିଜିଏମ ଅଜୟ କୁମାର ନାୟକ ନିଜ ଚାକିରି ଜୀବନରୁ ଅପ୍ରେଲ ୩୦ ତାରିଖ ଦିନ ଅବସର ନେଇଛନ୍ତି୤ ଏହି ଅବସରରେ ଇସ୍ପାତ ଫିଟନେସ ପାର୍କ ଏଲାଇଟ୍ସ ଗ୍ରୁପ ତରଫରୁ ସେକ୍ଟର 19ରେ ଥିବା ଫିଟନେସ ପାର୍କରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଫିଟନେସ ଗ୍ରୁପର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ ଅଧ୍ୟକ୍ଷତା କରିଥିଲା ବେଳେ ସଭା ସଂଚଳନା ଡ଼କ୍ଟର ସୁମନ ଦତ୍ତ କରିଥିଲେ l ଡିଜିଏମ ଅଜୟ ପୂଜାରୀ ବିଦାୟୀ ଶ୍ରୀ ନାୟକଙ୍କର ଏ ଇସ୍ପାତ ସହର ପ୍ରତି ଥିବା ସମର୍ପିତ ଭାବକୁ ବର୍ଣ୍ଣନା କରିବା ସହ ତାଙ୍କ ନେତୃତ୍ୱରେ ସହରରେ ହୋଇଥିବା କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ l ଶ୍ରୀ ନାୟକଙ୍କ ଠାରୁ ବିଭାଗର ଦାୟିତ୍ୱ ଗ୍ରହଣ କରିଥିବା ସିଜିଏମ ପ୍ରତାପ କୁମାର ସ୍ବାଇଁଙ୍କୁ ସ୍ୱାଗତ କରାଯାଇଥିଲା l ଫିଟନେସ ପାର୍କ ତରଫରୁ ସଭାପତି ଶ୍ରୀ ରାୟ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ଅଜୟ ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲା ବେଳେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ପ୍ରତାପ କୁମାର ସ୍ବାଇଁକୁ ସ୍ୱାଗତ କରି ଆଗାମୀ ଦିନରେ ସହରର ଉନ୍ନତିର ଆଶା ପ୍ରକଟ କରିଥିଲେ l ସମ୍ବର୍ଦ୍ଧନାର ଉତ୍ତରରେ ରାଉରକେଲାରେ ଚାକିରୀ ଜୀବନରେ ବିତାଇ ଥିବା ଦିନ ଗୁଡିକ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ପାଇଁ ଫିଟନେସ ପାର୍କକୁ ପ୍ରତିଦିନ ଆସିବାକୁ ପରାମର୍ଶ ଦେଇ ଥିଲେ l

ସମସ୍ତଙ୍କ ସହଯୋଗ ରହିଲେ ଏ ସହରର ଆହୁରି ଆହୁରି ଉନ୍ନତି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ l ସିଜିଏମ ରାଜକିଶୋର ମୁଦୁଲି ଏହି ଇସ୍ପାତ ଫିଟନେସ ପାର୍କରେ ପାଳନ ହେଉଥିବା ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ବିଭିନ୍ନ ପର୍ବପର୍ବାଣୀ ଏକ ଅନନ୍ୟ ପରମ୍ପରା ବୋଲି ମତ ପ୍ରକାଶ କରିବା ସହ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ବିଦାୟକାଳୀନ ସଭାରେ ଡି. ପ୍ରସାଦ, ଏମ. କେ ଚାନ୍ଦ, ଶେଖର ନାରାୟଣ,ସଂଜୀବ ସାହୁ,ଅଧୁସ୍ମିତା ମହାନ୍ତି,ରାଜୁ ଯୋଶୀ, ଅକ୍ଷୟ ରାଉତ, ବାବାଜୀ ବେହେରା,ବିକାଶ ରାଉତରାୟ ଅଶୋକ ରାଉତ, ବିକାଶ ପାତ୍ର,ସନ୍ତୋଷ ପଣ୍ଡା ,ବିଷ୍ଣୁ ଚନ୍ଦ୍ର ବେହେରା,ସଞ୍ଜୟ ସାହୁ ,ଅମିତ ଚୌଧୁରୀ, ରୁଦ୍ର ଦାସ, ବିଦ୍ୟାଧର ଜେନା, ପ୍ରଦୀପ ମହାନ୍ତି, ଜ୍ୟୋତି ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!