କଲୁଙ୍ଗାରେ ହଟିଲା ରେଳରୋକୋ : ଝାରସୁଗୁଡ଼ା-ରାଉରକେଲା ରାସ୍ତାରେ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ

1 min read
Spread the love

ରାଉରକେଲା-ଝାରସୁଗୁଡ଼ା ରେଳ ରାସ୍ତାର କଲୁଙ୍ଗାଠାରେ କିଛି ଟ୍ରେନ୍‌ର ରହଣି ଦାବି କରି ସ୍ଥାନୀୟ ଲୋକେ ରବିବାର ସକାଳ ଠାରୁ ରେଳ ଲାଇନ ଉପରେ ଧାରଣାରେ ବସିଥିଲେ୤ ଏହାଫଳରେ ରାଉରକେଲା ଝାରସୁଗୁଡ଼ା ରାସ୍ତାରେ ରବିବାର ଦିନ ଏକାଧିକ ଟ୍ରେନ୍‌କୁ ବାତିଲ କରିବାକୁ ପଡ଼ିଥିଲା୤ ଅପରାହ୍ଣ ସମୟରେ କିଛି ବରିଷ୍ଠ ରେଳବାଇ ଅଧିକାରୀଙ୍କ ସହିତ ଧାରଣାରତ ବ୍ୟକ୍ତିମାନଙ୍କ ସହିତ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଛି୤ ଏହାପରେ ରବିବାର ଦିନ ବିଳମ୍ବିତ ଅପରାହ୍ଣ ଏବଂ ସନ୍ଧ୍ୟା ସୁଦ୍ଧା ରାଉରକେଲା-ଝାରସୁଗୁଡ଼ା ରେଳରାସ୍ତାରେ ସମସ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇଛି୤ ଏହାଫଳରେ ସନ୍ଧ୍ୟା ସମୟରୁ ରାତ୍ର ଓ ସୋମବାର ଦିନ ସକାଳ ପର୍ଯ୍ୟନ୍ତ ରାଉରକେଲା-ଝାରସୁଗୁଡ଼ା ରାସ୍ତାର ପ୍ରାୟ ସମସ୍ତ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି୤ ଏହି ସୂଚନା ଯୋଗୁଁ ରେଳଯାତ୍ରୀମାନେ ଖୁସି ବ୍ୟକ୍ତ କରିଥିବା ସୂଚନା ମିଳିଛି୤ ଅନ୍ୟପକ୍ଷରେ ରେଳବାଇ ସମ୍ପର୍କୀତ ଏହି ଖବର ଆମ ପୋର୍ଟାଲ୍‌ରେ ଶତାଧିକ ସଂଖ୍ୟାରେ ଦେଖିଥିବା ପାଠକମାନଙ୍କୁ ଆମେ ନେସନ ଫାଷ୍ଟ ଟିଭି ପକ୍ଷରୁ ଧନ୍ୟବାଦ ଜଣାଉଛୁ୤

Leave a Reply

Your email address will not be published. Required fields are marked *

error: Content is protected !!