ରାଉରକେଲା ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଙ୍କ ଶହେତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
1 min read
ରାଉରକେଲା ଆକାଶବାଣୀ କେନ୍ଦ୍ର ରାଉରକେଲା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ଶହେତମ ଏପିସୋଡ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପରିଚାଳକ ଜୟଦେବ ଭୁଏ ଏବଂ ଇଂ ମହମ୍ମଦ ସମିମ୍ଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କଣ୍ଠଶିଳ୍ପୀ ରାଜକୁମାରୀ ଦେବୀ ଓ କ୍ରୀଡା ସାମ୍ବାଦିକ ଓ ସମୀକ୍ଷକ ସୁଶାନ୍ତ ବେହେରା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଷ୍ଣୁଚରଣ ସେଠୀ, ଗୌରାଙ୍ଗ ମହାନ୍ତି, ସଲିକ ବରୁୱା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଅତିଥି ମାନେ ଜଗଦା ସ୍ଥିତ କେନ୍ଦ୍ର ଓ ସେକ୍ଟର – ୬ ପାହାଡ ଉପରେ ଥିବା ଟ୍ରାନ୍ସମିଶନ କେନ୍ଦ୍ର ବୁଲି ଦେଖିଥିଲେ। ଏଥିରେ ଆକାଶ ବାଣୀ କେନ୍ଦ୍ର ତରଫରୁ କାର୍ଯ୍ୟକ୍ରମ ପରିଚାଳକ ଆହ୍ଲାଦିନୀ ହୋତା ଓ ଅନ୍ୟମାନେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ମୀନାକ୍ଷୀ ନାୟକ, ବିକ୍ରମ ସାହୁ, ଦିଲ୍ଲୀପ ଖଡିରତ୍ନ, ଚିତ୍ତରଞ୍ଜନ ଜେନା, ସିକନ୍ଦର ସୟ, ବସନ୍ତ କୁମାର ସାହୁ,କନକଲତା ବେହେରା,ଜଶିନ୍ତା ଡୁଙ୍ଗଡୁଙ୍ଗ, ଲଳିତା ମାଇଙ୍ଗ, ରଘୁନନ୍ଦନ ଲାକ୍ରା ଓ ଟ୍ରାନ୍ସମିଟର ଷ୍ଟାଫ୍ ସର୍ବଶ୍ରୀ ଦେବାଶିଷ ଚକ୍ରବର୍ତ୍ତୀ, ଅଜିତ କୁମାର ସାହୁ, ସୌଭାଗ୍ୟ ବାରିକ,ଗିରିଶ ଚନ୍ଦ୍ର ନାୟକ, ଭକ୍ତୁ କିଶାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।