ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ଚଳିତ ବର୍ଷ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନିମନ୍ତେ ସମନ୍ୱୟ ସମିତି ର ପ୍ରଥମ ବୈଠକ

1 min read
Spread the love

ରାଉରକେଲା ସହରର ସେକ୍ଟର -୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସୁଚାରୁରୂପେ ସମ୍ପାଦନା ନିମନ୍ତେ ପ୍ରଥମ ବୈଠକ ମନ୍ଦିର ପରିସରରେ ଥିବା ଗୀତା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥ ଓ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ଉପସ୍ଥିତ ଟ୍ରଷ୍ଟି, ଉପଦେଷ୍ଟା,ସେବାୟତ, ସମନ୍ୱୟ ସମିତି ସଦସ୍ୟ ମାନେ ନିଜ ନିଜ ର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ନୂତନ ରଥକାଠ, ମନ୍ଦିର ମରାମତି,ରଙ୍ଗ ସହ ସଫାସୁତୁରା ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଗତ ବର୍ଷ ଭଳି ଚଳିତ ବର୍ଷ ସମସ୍ତ ଜଗନ୍ନାଥ ପ୍ରେମୀ ସମସ୍ତ ସହଯୋଗ ଓ ସେବା ପ୍ରଦାନ ଉପରେ ଆଶାବ୍ୟକ୍ତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଏହି ଅବସରରେ ଯୋଗାଇ ଦେଉଥିବା ସେବା ପ୍ରଦାନ ଉପରେ ସଂପୃକ୍ତ ଅନୁଷ୍ଠାନ ମାନଙ୍କୁ ଅବଗତି ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ବୈଠକ ପ୍ରାରମ୍ଭ ରେ ସମନ୍ୱୟ ସମିତି ର ଉପସ୍ଥିତ ସମସ୍ତ ସଦସ୍ୟ ମହାପ୍ରଭୁ ବଳଭଦ୍ର ମା ସୁଭଦ୍ରା ଓ ଜଗନ୍ନାଥ ମନ୍ଦିର ପରିଭ୍ରମଣ କରି ବିଭିନ୍ନ କାର୍ଯ୍ୟ ର ତଦାରଖ କରିବା ସହ କାଶିବିଶ୍ବନାଥ ମନ୍ଦିର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି, ପଶ୍ଚିମ ପାଖ ମୂଖଶାଳା ର କାର୍ଯ୍ୟ ର ଅଗ୍ରଗତି ସହ ଗୀତା ଭବନ ସଂଲଗ୍ନ ସ୍ଥାନ ର ଉପରେ ସେଡ୍ କାର୍ଯ୍ୟ ଆଦି ବୁଲି ଦେଖିଥିଲେ।

ବୈଠକରେ ମନ୍ଦିର ପରିଚାଳନା ସମିତିର ଟ୍ରଷ୍ଟି ସୁଧିର ସୁନ୍ଦର ରାୟ, ମିତ୍ରଭାନୁ ପଣ୍ଡା, ଉପଦେଷ୍ଟା ସୁନୀଲ କାୟାଲ, ଚନ୍ଦ୍ରଶେଖର ଶତପଥୀ,ସେବାୟତ ସଭାପତି ପ୍ରକାଶ ଚନ୍ଦ୍ର ଦାସ, ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ବିଧାୟକଙ୍କ ପ୍ରତିନିଧି ବିକାଶ ଚୈଧୁରୀ ଓ ଭୂଷଣ ସେଠୀ ଙ୍କ ସମେତ ସମନ୍ୱୟ ସମିତି ର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଟ୍ରଷ୍ଟି ମିତ୍ରଭାନୁ ପଣ୍ଡା ଧନ୍ୟବାଦ ଜ୍ଞାପନ କରିବା ସହ ସମସ୍ତ କାର୍ଯ୍ୟକ୍ରମ ସଫଳ ଦିଗରେ ଭକ୍ତ ଙ୍କ ଆର୍ଥିକ ସହାୟତା ଓ ସହଯୋଗ ଦିଗରେ ସମସ୍ତେ ଯତ୍ନବାନ ହେବା ନେଇ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!