ରାଉରକେଲା ରେ ଆରମ୍ଭ ହେଲା ସ୍ବ-ସ୍ବାସ୍ଥ୍ୟ ସେବା ସମ୍ପର୍କୀତ ନୂତନ ବ୍ୟବସ୍ଥା

1 min read
Spread the love

ରାଉରକେଲା ସହରର ଏନ୍‌ଆଇଟି, ରାଉରକେଲା ର ପ୍ରାଣକୃଷ୍ଣ ପରିଜା ପ୍ରେକ୍ଷାଳୟରେ ଗ୍ଲୋବାଲ ସ୍ବ ସ୍ବାସ୍ଥ୍ୟସେବା ଶିକ୍ଷା ଓ ଗବେଷଣା ଟ୍ରଷ୍ଟ୍‌ ପକ୍ଷରୁ ଏକ ନୂତନ ବ୍ୟବସ୍ଥା ଆରମ୍ଭ ହୋଇଛି୤ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କୁ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ନିମନ୍ତେ ବାର୍ତ୍ତା ଦିଆଯାଇଛି୤ ଏହି ନୂତନ ଟ୍ରଷ୍ଟ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଡା ବିଶ୍ବଜିତ ମହାପାତ୍ର ସାମ୍ବାଦିକମାନଙ୍କୁ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି୤ ତାଙ୍କ ସୂଚନା ମୁତାବକ ଏନ୍‌ଆଇଟି, ରାଉରକେଲାର ବାଇଓ ଟେକ୍‌ନୋଜି ବିଭାଗର ଅଷ୍ଟମ ସେମିଷ୍ଟାର ଛାତ୍ରଛାତ୍ରୀମାନେ ସମ୍ପ୍ରତି ସ୍ବ-ସ୍ବାସ୍ଥ୍ୟ ସେବା ସମ୍ପର୍କରେ କାର୍ଯ୍ୟରତ ଅଛନ୍ତି୤

ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ସଭାପତି ଡା ସୁଭାଶିଷ ଦାସ ଏହି ଅବସରରେ ନୂତନ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ୤ ଏହି ଅବସରରେ ବରିଷ୍ଠ ମନସ୍ତତ୍ବବିତ୍‌ ପ୍ରଫେସର କଲ୍ୟାଣି ମିଶ୍ର, ରାଉରକେଲାର ବରିଷ୍ଠ ଚିକିତ୍ସକ ଡା ବି କେ କକ୍କଡ଼ ଓ ଡା ଏସ୍‌ କେ ମହାପାତ୍ର ପ୍ରମୁଖ ସ୍ବ-ସ୍ବାସ୍ଥ୍ୟ ସେବା ସମ୍ପର୍କୀତ ନୂତନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ୤ ସୂଚନା ମୁତାବକ ଗ୍ଲୋବାଲ ସ୍ବ ସ୍ବାସ୍ଥ୍ୟସେବା ଶିକ୍ଷା ଓ ଗବେଷଣା ଟ୍ରଷ୍ଟ୍‌ ର ନୂତନ ସଦସ୍ୟ ଗ୍ରହଣ ସମ୍ପର୍କୀତ ଆବଶ୍ୟକ ସୂଚନା ଦିଆଯାଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!