ଭୁବନେଶ୍ବରରେ ହେବାକୁ ଥିବା ଖବରକାଗଜ ବିତରକ ସଂଘ ବୈଠକ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

1 min read
Spread the love

ଆସନ୍ତା ୨ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ଭୁବନେଶ୍ବର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ହେବାକୁ ଯାଉଛି ଖବରକାଗଜ ବିକ୍ରେତା ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ୤ ଏହି ବୈଠକ ରାଜ୍ୟର ସର୍ବପୂରାତନ ଖବର କାଗଜ ବିକ୍ରେତା ସଂଘ ଆନୁକୂଲ୍ୟରେ ହେବାକୁ ଯାଉଛି୤ ଏହି ବୈଠକ ସମ୍ପର୍କରେ ସୂଚନା ଦେବା ନିମନ୍ତେ ରାଉରକେଲା ସହରର ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଯାଇଛି୤ ଏଥିରେ ମହାସଂଘର କର୍ମକର୍ତ୍ତା ତଥା ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଓ ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ୤ ଏହି ବୈଠକ ମାଧ୍ୟମରେ ଖବରକାଗଜ ବିକେତ୍ରାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି୤ ଏହି ବୈଠକରେ ରାଜ୍ୟର ବହୁଳ ପ୍ରସାରିତ ଖବର କାଗଜ ସମାଜ, ସମ୍ବାଦ, ପ୍ରମେୟ ସମେତ ସକାଳ ଓ ଧରିତ୍ରୀ ଆଦି ଖବର କାଗଜର ମୁଖ୍ୟ ସମ୍ପାଦକ ଏବଂ ପ୍ରତିନିଧିମାନେ ଯୋଗଦେବେ୤ ଏହି ବୈଠକରେ ଓଡ଼ିଶାରେ ଖବର କାଗଜ ପ୍ରସାରଣ ଓ ବିକ୍ରେତାଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ୤

Leave a Reply

Your email address will not be published. Required fields are marked *

error: Content is protected !!