କଲୁଙ୍ଗାରେ ରେଳ ରୋକୋ ଯୋଗୁଁ ଝାରସୁଗୁଡ଼ା-ରାଉରକେଲା ରାସ୍ତାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
1 min read
ରାଉରକେଲା-ଝାରସୁଗୁଡ଼ା ରେଳ ରାସ୍ତାର କଲୁଙ୍ଗାଠାରେ କିଛି ଟ୍ରେନ୍ର ରହଣି ଦାବି କରି ସ୍ଥାନୀୟ ଲୋକେ ରବିବାର ସକାଳ ଠାରୁ ରେଳ ଲାଇନ ଉପରେ ଧାରଣାରେ ବସିଛନ୍ତି ଏହାଫଳରେ ରାଉରକେଲା ଝାରସୁଗୁଡ଼ା ରାସ୍ତାରେ ରବିବାର ଦିନ ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଛି ଏହା ସହିତ ଦୁଇଟି ଟ୍ରେନ୍କୁ ଆଂଶିକ ବାତିଲ କରାଯିବା ସହ ଅନ୍ୟ କିଛି ଟ୍ରେନ୍କୁ ବିକଳ୍ପ ରାସ୍ତାରେ ଛଡ଼ାଯାଇଛି ରେଳବାଇ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକପ୍ରେସ୍, ଟାଟାନଗର-ଏର୍ଣ୍ଣାକୁଲମ ଏକପ୍ରେସ୍, ଟାଟା ନଗର-ଇତୱାରି ଏକ୍ସପ୍ରେସ , ରାଉରକେଲା -ଝାରସୁଗୁଡ଼ା ମେମୁ ସ୍ପେସିଆଲ, ଝାରସୁଗୁଡ଼ା-ହାଟିଆ ମେମୁ ଏକ୍ସପ୍ରେସ ଓ ଝାରସୁଗୁଡ଼ା – ରାଉରକେଲା ମେମୁ ସ୍ପେସିଆଲକୁ ରବିବାର ଦିନ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ଏହା ସହିତ ହାଓଡ଼ା-କଣ୍ଟାବାଞ୍ଝି ଇସ୍ପାତ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ଏବଂ ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍କୁ ସମ୍ବଲପୁର ପର୍ଯ୍ୟନ୍ତ ଚଳାଯାଇଛି

ଏହି ବ୍ୟବସ୍ଥା ବ୍ୟତୀତ ଅହମଦାବାଦ-ହାଓଡ଼ା ଏକ୍ସପ୍ରେସ ସମେତ ଅନ୍ୟ କିଛି ଟ୍ରେନ୍କୁ ଝାରସୁଗୁଡ଼ା ଏବଂ ଅନ୍ୟ ଷ୍ଟେସନରୁ ବିକଳ୍ପ ରାସ୍ତା ଦେଇ କିମ୍ବା ଗତିପଥ ବଦଳାଯାଇ ଚଲାଯାଇଛି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କଲୁଙ୍ଗାଠାରେ ଧାରଣା ଚାଲିଥିବା ଯୋଗୁଁ ରାଉରକେଲା-ଝାରସୁଗୁଡ଼ା ରେଳ ରାସ୍ତାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏହାଫଳରେ ରେଳଯାତ୍ରୀମାନେ ଅନେକ ସମସ୍ୟାରେ ପଡ଼ିଛନ୍ତି ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଏଭଳି ସ୍ଥିତିରେ ରେଳା ସେବା ବାଧାପ୍ରାପ୍ତ କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ନିଶ୍ଚିତ ହୋଇନାହିଁ