ରୋଟାରୀ କ୍ଲବ୍‌ ରାଉରକେଲା ସେଣ୍ଟ୍ରାଲ ପକ୍ଷରୁ ସେକ୍ଟର- ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ୍‌ର ଶୁଭାରମ୍ଭ

1 min read
Spread the love

ରାଉରକେଲା ସହରର ସେକ୍ଟର-୬ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍‌ ରାଉରକେଲା ସେଣ୍ଟ୍ରାଲ ପକ୍ଷରୁ ଏକ ସାଇକେଲ ଷ୍ଟାଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। କ୍ଲବ୍‌ର ସଭାପତି ବ୍ରଜେଶ ଗୁପ୍ତା, ସମ୍ପାଦକ ରାଜେଶ ଅଗ୍ରୱାଲ ଓ କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ବିଶ୍ୱଜିତ ପତି ପ୍ରମୁଖଙ୍କ ଉପସ୍ଥିତିରେ ଏହାକୁ ରୋଟାରୀ ଗର୍ଭର୍ଣ୍ଣର ମନ୍‌ଜିତ ସିଂହ ଆରୋରା ଓ ହଜାରିବାଗରୁ ଆସିଥିବା ଚନ୍ଦ୍ରଲେଖା ଖେଣ୍ଡେଲୱାଲ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ରୋଟାରୀ କ୍ଲବ୍‌ର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ସର୍ବଦା ସେବା ମନୋଭାବକୁ ନେଇ କାର୍ଯ୍ୟ ଜରୁଥିବା ରୋଟାରୀ କ୍ଲବ୍‌ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏହି ସାଇକେଲ ଷ୍ଟାଣ୍ଡ୍‌ ନିର୍ମାଣ କରାଯାଇ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!