ଆର୍‌ଏସ୍‌ପି ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସ ଦ୍ଵାରା ସିଏସ୍ଆର୍ ପ୍ରୟାସ ଅନ୍ତର୍ଗତ ଆନ୍ତଃବିଦ୍ୟାଳୟ ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଆୟୋଜିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସ ଅଧିନସ୍ଥ ବରସୁଆଁ ଲୌହ ଖଣି ଦ୍ଵାରା ଟେନସା ଇସ୍ପାତ ହାଇସ୍କୁଲ ଖେଳ ପଡିଆରେ ଏକ ବୃହତ ଆନ୍ତଃ ବିଦ୍ୟାଳୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ଓଡ଼ିଶା ଗ୍ରୁପ୍ ଅଫ୍ ମାଇନ୍ସର ସିଏସଆର ପ୍ରୟାସର ଏକ ଅଂଶ ଭାବରେ ବିଦ୍ୟାଳୟ ପିଲାମାନଙ୍କୁ ନେଇ ଏହି ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାରତୀୟ ସ୍ଵାଧୀନତାର ୭୫ ଗୌରବମୟ ବର୍ଷ ସ୍ଵାଧୀନତାର ଅମୃତ ମହୋତ୍ସବର ପାଳନ ତଥା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଖଣି ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ପି କେ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟତମ ବିଭାଗୀୟ ଅଧିକାରୀ ମାଲ୍ଲା ଶ୍ରୀନିବାସୁ,  ଟେନସା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନୀତା ପୁରୀ ଏବଂ ଖଣି ସମୂହର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ  ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ଏଥିରେ ବରସୁଆ ଲୌହ ଖଣି ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଦଳଗତ ନୃତ୍ୟ ପ୍ରତିଯୋଗିତା ଦେଶଭକ୍ତି ବିଷୟବସ୍ତୁ ଆଧାରିତ ପୂର୍ବ ରେକର୍ଡ ସଙ୍ଗୀତ ଉପରେ ଆଧାରିତ ଥିଲା। ଡ଼ିଏଭି ପବ୍ଲିକ୍ ସ୍କୁଲ୍, ଟେନସା ଏଥିରେ ବିଜେତା ହୋଇ ଚାମ୍ପିଅନ୍ ଟ୍ରଫି ଲାଭ କରିଥିଲା।  ଇସ୍ପାତ ହାଇସ୍କୁଲ, ଟେନସା ଏବଂ ଇସ୍ପାତ ହାଇସ୍କୁଲ, ବରସୁଆ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ବିଜେତା ହୋଇଥିଲେ। ଏକକ ଗୀତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ ପରିଚାଳକ ଅମିୟ ରାଉତ ସଂଯୋଜନା କରିଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!