ମିରର ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଦାନେୱାଡ଼ା ଘଟଣାରେ ସହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

1 min read
Spread the love

ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିରର ସୋସିଆଲ ଫାଉଣ୍ଡେସନ ପକ୍ଷରୁ ରାଉରକେଲା ସହରର ସେକ୍ଟର-୭/୧୭ ଛକରେ ଦାନେୱାଡ଼ା ଘଟଣାରେ ସହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯଇଛି। ନିକଟରେ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ମାଓ ବିରୋଧୀ ଅଭିଯାନରେ ଡିଆର୍‌ଜି ଜବାନ ଯାଉଥିବା ସମୟରେ ମାଓବାଦୀମାନେ ସେମାନଙ୍କ ଗାଡ଼ିକୁ ଲ୍ୟାଣ୍ଡମାଇନ ସାହାଯ୍ୟରେ ଓଡ଼ାଇ ଦେଇଥିଲେ। ଏଥିରେ ୧୦ଜଣ ଜବାନ ଘଟଣାସ୍ଥଳରେ ସହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଜଣେ ଓଡ଼ିଆ ଜବାନ ମଧ୍ୟ ଥିଲେ। ଏହି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମିରର ସୋସିଆଲ ଫାଉଣ୍ଡେସନର ମୁଖ୍ୟ ବିଶ୍ୱଜିତ ରାଉତଙ୍କ ନେତୃତ୍ୱରେ ମହମବତୀ ଜଳାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!