ରଘୁନାଥପାଲ୍ଲୀ କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ଦ୍ୱାରା ସେକ୍ଟର-୨ ଅଞ୍ଚଳରେ ଜନନୀସମ୍ପର୍କ ଅଭିଯାନ
1 min read
ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ରାଉରକେଲା ସହରର ସେକ୍ଟର -2 ଜି ବ୍ଲକ ବସ୍ତି ରେ “ଜନନୀ ସମ୍ପର୍କ ଅଭିଯାନ” ମାଧ୍ୟମରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଭିନ୍ନ ବର୍ଗର ମା’ ଓ ଭଉଣୀମାନଙ୍କ ସହିତ ଆଲୋଚନା କରି ସରକାରୀ ଯୋଜନାର ବିଷୟରେ ଅବଗତ କରାଇବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଶ୍ରୀ ସେଠୀଙ୍କୁ ଅବଗତ କରାଇ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ସୂଚନା ମୁତାବକ ସେକ୍ଟର-୨ ‘ଜି’ ବ୍ଲକ୍ରେ ଥିବା ବସ୍ତି ଇସ୍ପାତ ସହରାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ ଏହି ଅଞ୍ଚଳବାସୀ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି।