ପଦା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
1 min read
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଗର୍ଭଣା ପଞ୍ଚାୟତର ପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଚରଣ ସ୍ବାଇଁ ଙ୍କୁ ବିଦାୟ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଯାଇଛି l ଚଳିତ ମାସ 30 ତାରିଖରେ ଶ୍ରୀଚରଣ ସ୍ବାଇଁ କର୍ମ କ୍ଷେତ୍ରରୁ ଅବସର ନେବେ l ଏହି କ୍ରମରେ ସ୍କୁଲ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନ ସଭାରେ ରାଜଗାଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ସରିତା ସରୋନିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀଚରଣ ସ୍ବାଇଁ ଙ୍କୁ ମାନପତ୍ର ଏବଂ ଉପ ଢ଼ୋକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କର କର୍ମଜୀବନରେ କର୍ତ୍ତବନିଷ୍ଠା ଏବଂ ଛାତ୍ରବାସଲ୍ୟ ସ୍ୱଭାବ ପାଇଁ ସାଧୁବାଦ ଜଣାଇଥିଲେ l ପ୍ରଧାନ ଶିକ୍ଷକ ଶ୍ରୀଚରଣ ସ୍ୱାଇଁ ତାଙ୍କର 33 ବର୍ଷର ଶିକ୍ଷକତା କାଳରେ ଜିଲ୍ଲାର ସାତଟି ସ୍କୁଲରେ ଶିକ୍ଷକତା ସମୟର ଅଭିଜ୍ଞତା ଉପରେ ଆଲୋଚନା କରିଥିଲେ ଏବଂ ଅବସର ପରେ ମଧ୍ୟ୍ୟ ସେ ଶିକ୍ଷାର ବିକାଶ ପାଇଁ ସେବା କାର୍ଯ୍ୟକ୍ରମ କରିବେ ବୋଳି ପ୍ରକାଶ କରିଥିଲେ l

ମାଲିଡିହି ମିଶନ ସ୍କୁଲର ଶିକ୍ଷକ ସୁନୀଲ କୁମାର ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ସମ୍ମାନିତ ଅତିଥି ଭାବରେ ଗର୍ଭଣା ସରପଞ୍ଚ କବିତା ମିଂଜ଼, ସମିତି ସଭ୍ୟ ଗଣେଶ କେରକେଟା, ପୂର୍ବତନ ଡିଆଇ ବିସିକେଶନ ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ , ରମେଶ ଚନ୍ଦ୍ର ବାରିକ, ସାମ୍ବାଦିକ ଆଶିଷ ଶତପଥି, ସ୍କୁଲ ପରିଚାଳନା କମିଟି ସଭାପତି ପୁଲିକା ଡୁଙ୍ଗଡୁଙ୍ଗ, ସମାଜସେବୀ ଜିତୁ ଦାସ, ଅରୁଣ ସାମଲ, ହିମାଂଶୁ ନାଏକ,ଏବିଇଓ ଅନନ୍ତ ସେନାପତି ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ 33 ବର୍ଷର ଶିକ୍ଷାଦାନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ଅବସରରେ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଶ୍ରୀଚରଣ ସ୍ବାଇଁଙ୍କୁ ପ୍ରଦାନ କରାଯାଇଥିବା ମାନପତ୍ର ପଠନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ସୁପ୍ରଭା ପରିଜା , ବିଦ୍ୟାଧର କୁଅଁର, ଅର୍ଜୁନ କୁମାର କଂସରାଳୀ, ଇତିଶ୍ରୀ ବେହେରାଙ୍କ ସହିତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପଦା ଗ୍ରାମର ବିଶିଷ୍ଟ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ l