ଟିଟିଲାଗଡ଼ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇ ଜବାନଙ୍କ ନିର୍ଯ୍ୟାତନା ଅଭିଯୋଗ
1 min read
ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବାହାହେବାର ପ୍ରତିଶୁତି ଦେଇ ଜଣେ ରେଳବାଇ ସୁରକ୍ଷା ଜବାନଙ୍କ ନିର୍ଯାତନା ଅଭିଯୋଗ ହୋଇଛି ଗତ କିଛିମାସ ଧରି ଜବାନ ଜଣକ ଶାରିଋଇକ ସମ୍ପର୍କ ରଖିବା ଓ ପରେ ବାହା ହେବ ବୋଲି କହି ନିଜ ଘରକୁ ନେଇଥିଲେ। କିନ୍ତୁ ମାତ୍ର ତିନିମାସ ପରେ ସମ୍ପୃକ୍ୟ ଯୁବତୀଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେବା ସହ ବାହା ହେବାକୁ ମନା କରିଦେଇଥିବା କହିଛନ୍ତି ଯୁବତୀ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ତାହା ଗ୍ରହଣ ହୋଇ ନଥିଲା। ଏହାପରେ ଯୁବତୀ ଜଣକ ଜଣେ ଆଇନଜିବୀଙ୍କ ମାଧ୍ୟମରେ ଟିଟିଲାଗଡ଼ ନ୍ୟାୟାଳୟରେ ଏକ ମାମଲା ଦାୟରକରିବା ପରେ ପୋଲିସ ଅଭିଯୋଗ ରଖିଛି। ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଅଭିଯୋଗ କରିଛନ୍ତି ମାମଲା ଦାୟର କରିଥିବା ଯୁବତୀ ଓ ତାଙ୍କ ଓକିଲ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।