ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ
1 min read
ଦେଶର ବିଭିନ୍ନ ଗ୍ରାମ ଓ ସହରରୁ ଆସୁଥିବା ମହିଳା କୁସ୍ତି ଯୋଦ୍ଧା ମାନେ ଯେତେବେଳେ ଜାତୀୟ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରୁଛନ୍ତି, ସେହି ସମୟରେ ନିଜ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କର ବିଭିନ୍ନ ସମସ୍ୟା ଏପରିକି ମହିଳା କୁସ୍ତିଯୋଦ୍ଧା ମାନଙ୍କୁ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୁଷଣ ସରଣ ସିଂ ଯୋୖନ ଶୋଷଣ କରୁଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ସମଗ୍ର ଭାରତବର୍ଷରେ କୁସ୍ତି ଯୋଦ୍ଧା ମାନେ ପ୍ରତିବାଦ ଜଣାଇ ଦିଲ୍ଲି ଯନ୍ତର ମନ୍ତର ଠାରେ ଦୀର୍ଘଦିନ ଧାରଣାରେ ବସିଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ନାମକୁମାତ୍ର ଏକ ଯାଞ୍ଚ କମିଟି ଗଠନ କରି ଜାଣିଶୁଣି ଚୁପହୋଇ ବସିଛନ୍ତି। ଓଲଟା ସରକାରଙ୍କ ଇଙ୍ଗିତରେ ପୋଲିସ ପ୍ରଶାସନ ଦୋଷୀ ବିରୁଦ୍ଧରେ ଅଭିଯୋଗ ମଧ୍ୟ ଗ୍ରହଣ କରୁନାହାନ୍ତି। ଏଣୁ ଏହି କୁସ୍ତି ଯୋଦ୍ଧା ମାନଙ୍କ ଆନ୍ଦୋଳନକୁ ଭାରତବର୍ଷର ବିପ୍ଲବୀ ଯୁବ-ଛାତ୍ର, ମହିଳା ସଂଗଠନ ଏ ଆଇ ଡି ୱାଇ ଓ, ଡି ଏସ ଓ, ଏମ ଏସ୍ ଏସ୍ ତରଫରୁ ସମର୍ଥନ ଜଣାଇ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଇଛି। ସେହି ପରିପ୍ରେକ୍ଷୀରେ ରାଉରକେଲା ବିଶ୍ରା ଛକ ଠାରେ ସଂଗଠନ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ମହିଳା ସାଂସ୍କୃତିକ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି ଏଥିରେ ଉପସ୍ଥିତ ଥିଲେ। ଜିଲ୍ଲା ସମ୍ପାଦିକା ବିଦ୍ୟୁତ ମହନ୍ତ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଡି ୱାଇ ଓ ର ଶେଖ ଇସଲାମ, ସୁବାଷ ଦଣ୍ଡପାଟ, ଆଲୋକ ବେହେରା, ବିଜୟ ସାହୁ, ଧୋବେଇ ବେହେରା, ରଶ୍ମି ରଞ୍ଜନ ମଲ୍ଲିକ, ରଂଜିତା ମଲ୍ଲିକ, ଡି ଏସ୍ ଓ ର ବିରେନ ନାୟକ, ଏମ ଏସ୍ ଏସ୍ ର ପ୍ରତିଭା ଦଣ୍ଡପାଟ, ୱହିଦା ବେଗମ, କବିତା ମହାନ୍ତି ଙ୍କ ସମେତ ବହୁ ଯୁବ ଛାତ୍ର ଓ ମହିଳା ମାନେ ବିକ୍ଷୋଭରେ ଯୋଗଦେଇ।